ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ : ସଇଁନ୍ତଲା ବ୍ଲକ୍‌ ଓ ପାଟଣାଗଡ଼ ଏନ୍‌ଏସି ଅଂଚଳରେ ୯ ଜଣ ଲେଖାଏଁ ସଂକ୍ରମିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ ରହିଥିବା ବେଳେ ସଇଁନ୍ତଲା ବ୍ଲକ୍‌ ଓ ପାଟଣାଗଡ଼ ଏନ୍‌ଏସି ଅଂଚଳରେ ୯ ଜଣ ଲେଖାଏଁ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ବ୍ଲକ୍‌ ଚୁଡ଼ାପାଲି ଗ୍ରା.ପ.ରୁ ୧, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୨ରୁ ୨ ଓ ୧୮ରୁ ୨ ଜଣ, ବଙ୍ଗୋମୁଣ୍ଡା ବ୍ଲକ୍‌ ସିନ୍ଧେକେଲା ଗ୍ରା.ପ.ରୁ ୧ ଓ ଖଇରା ଗ୍ରା.ପ.ରୁ ଜଣେ, ଗୁଡ଼ଭେଲା ବ୍ଲକ୍‌ ରୁଷୁଡ଼ା ଗ୍ରା.ପ.ରୁ ଜଣେ, ଲୋଇସିଂହା ବ୍ଲକ୍‌ ବୁର୍ଡା ଗ୍ରା.ପ.ରୁ ଜଣେ, ମୁରିବାହାଲ ବ୍ଲକ ଗଅଁରେଇ ଗ୍ରା.ପ.ରୁ ଓ ଚଲ୍‌କି ଗ୍ରା.ପ.ରୁ ଜଣେ ଲେଖାଏଁ, ପାଟଣାଗଡ଼ ବ୍ଲକ୍‌ ଖୁଣ୍ଟ୍‌ସମଲେଇ ଗ୍ରା.ପ.ରୁ ଜଣେ, ଲରମ୍ଭା ଗ୍ରା.ପ.ରୁ ୩ ଓ ମରୁଆଁ ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଛନ୍ତି । ସେହିପରି ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୧ରୁ ଜଣେ, ୩ରୁ ୪, ୪ରୁ ୨, ୫ରୁ ଜରେ ଓ ୧୦ରୁ ଜଣେ ସଂକ୍ରମିତ ହୋଇଥିବା କୁହାଯାଇଛି । ପୁଇଁନ୍ତଲା ବ୍ଳକ୍‌ ସାଆଁନ୍ତପୁର ଗ୍ରା.ପ.ରୁ ଜଣେ, ସଇଁନ୍ତଲା ବ୍ଲକ୍‌ ଧରବଗଡ଼ ଗ୍ରା.ପ.ରୁ ୩, ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୧, ସଇଁନ୍ତଲା ଗ୍ରା.ପ.ରୁ ୫ ଜଣ ସଂକ୍ରମିତ ହୋଇଛନ୍ତି । ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ୧୦ ଓ ୧୧ରୁ ଜରେ ଲେଖାଏଁ, ତୁରେକେଲା ବ୍ଲକ୍‌ ବୁରୋମାଲ ଗ୍ରା.ପ.ରୁ ଓ କୁଇବାହାଲ ଗ୍ରା.ପ.ରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି । ଜିଲ୍ଲାରେ ଏବେ ୨୮୪ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.