csstore

ଲିଙ୍ଗ ଭିତ୍ତିକ ହିଂସା ବିରୁଦ୍ଧରେ ସଚେତନତା କାର୍ଯ୍ୟକ୍ରମ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଧରପଗଡ଼ ପଂଚାୟତ ପେଣ୍ଡରାମାଲ ଗ୍ରାମରେ ଲୋକ ଉନ୍ନତି ବ୍ଳକ ସଂଯୋଜିକା ଗୀତାଞ୍ଜଳୀ କୁମ୍ଭାରଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଭାବରେ ଏମବିକେ ମମତା ତାଣ୍ଡି ଯୋଗ ଦେଇ ଥିବାବେଳେ ସୁଦାମ ନାଗ, ବ୍ଳକ ଲୋକ ଉନ୍ନତି ସଙ୍ଗଠନ କୋଷାଧ୍ୟକ୍ଷା ରଚନା ବରିହା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ । ତେବେ ଲିଙ୍ଗ ଭିତ୍ତିକ ହିଂସା ବିରୁଦ୍ଧରେ ୧୬ ଦିନ ବିଶ୍ଵବ୍ୟାପି ଅଭିଯାନ ଆରମ୍ଭ ହୋଇଥିବା ବେଳେ ଆଜି ଉକ୍ତ ଗ୍ରାମକୁ ଯାଇ ଲୋକମାନଙ୍କୁ ସଚେତନତା କରାଯାଇଥିଲା । ଏଥିରେ ଜନସାଥୀ ବଂଶୀଧର ସୁନାନୀ, ଭଜମନ କୁମ୍ଭାର ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.