ଦେଓଗାଁ ବ୍ଲକ୍‌ରେ ହେବ ମେଗା ଜଳ ଯୋଗାଣ ପ୍ରକଳ୍ପ ଓ ସୋନଗଡ ନଦୀରେ ନିର୍ମାଣ ହେବ ବ୍ୟାରେଜ : କଳିକେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକରେ ଏକ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଏବଂ ସୋନଗଡ ନଦୀ ଉପରେ ବ୍ୟାରେଜ ନିର୍ମାଣ ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇ ଥିବା ଡିପିଆର ସମ୍ପର୍କରେ ପୁର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ ମୁଖମନ୍ତ୍ରୀଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଦେଓଗାଁ ବ୍ଲକ ଅନ୍ତର୍ଗତ ୧୩ ନମ୍ବର ଜିଲ୍ଲା ପରିଷଦ ଜୋନ ଅଞ୍ଚଳର ମୁକୁନ୍ଦପୁର, ଅର୍ଜୁନପୁର, କୁଲତାପଡା, ବଡବାହାଲ, ଘୁଡଖାପଲା ଗ୍ରାମ ପଞ୍ଚାୟତର ୨୬ ଖଣ୍ଡ ଗ୍ରାମର ୧୬ ହଜାରରୁ ଉର୍ଦ୍ଧ୍ବ (୨୦୧୧ ଜନଗଣନା ଅନୁସାରେ) ଗ୍ରାମବାସୀଙ୍କୁ ମିଳିବ ସ୍ବଚ୍ଛ ପାନୀୟ ଜଳ ସୁବିଧା, ଯାହାକି ବଲାଙ୍ଗିର ଆରଡବ୍ଲୁଏସ୍ଏସ୍ ବିଭାଗ ପକ୍ଷରୁ ଡିପିଆର ପ୍ରସ୍ତୁତ ହୋଇଥିବା ଶ୍ରୀ ସିଂହଦେଓ ୧୮ ନଭେମ୍ବରରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ସେହିପରି ଅନ୍ୟତ୍ର ଏକ ଚିଠିରେ ପୁର୍ବତନ ସାସଂଦ ଶ୍ରୀ କଳିକେଶ ନାରାୟଣ ସିଂହଦେଓ ଦେଓଗାଁ ବ୍ଲକ ଓ ବଲାଙ୍ଗିର ସଦର ବ୍ଲକର କିଛି ଅଞ୍ଚଳର ଚାଷୀମାନଙ୍କ ଜଳସେଚନ ସୁବିଧା ପାଇଁ ସୋନଗଡ ନଦୀ ଉପରେ ସଦର ବ୍ଲକ ଭୁତିଆରବାହାଲ ଦେଓଗାଁ ବ୍ଲକ ଅନ୍ତର୍ଲା ମଧ୍ୟ ଭାଗରେ ବ୍ୟାରେଜ ନିର୍ମାଣ କରିବା ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଡିପିଆର ସମ୍ପର୍କ ରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ରୁଷ୍ଟି ଆକର୍ଷଣ କରିଛନ୍ତି। ଏହା ହେଲେ ବଲାଙ୍ଗିର ସଦର ବ୍ଲକ ଭୁତିଆରବାହାଲ , କୁଠୁର୍ଲା, ନାରାୟଣପୁର, ନୁନିଆଁଡିପା ଓ ଦେଓଗାଁ ବ୍ଲକ ର ଅଫାମରା, ପିପଲପଦର, ବଡବନ୍ଦ, ସାରସମାଲ, ସିଲେଟକାନୀ, ସିକୁଆଁ, ଅର୍ଡା, ଗାଇବାହାଲ ଅଞ୍ଚଳର ଚାଷୀ ଉପକ୍ରୁତ ହୋଇ ମରୁଡି ପ୍ରପିଡୀତ ଚାଷୀ ଉପକ୍ରୁତ ହେବା ସହିତ ଏ ଅଞ୍ଚଳର ଜଳସ୍ତର ବୃଦ୍ଧି ପାଇବ। ପ୍ରକାଶ ଥାଉକି ଉକ୍ତ ପ୍ରକଳ୍ପ ଗୁଡିକୁ ନେଇ ବିଭିନ୍ନ ସମୟରେ ପୁର୍ବତନ ସମବାୟ ସମିତି ସଭାପତି ଲକ୍ଷ୍ମଣ ମେହେର ଦାବୀ ଜଣାଇ ଆସୁଥିବା ବେଳେ ଗତ ୧୬ ତାରିଖ ରେ ଦେଓଗାଁ ଉନ୍ନୟନ ପରିଷଦ ପକ୍ଷରୁ ପୁର୍ବତନ ଜିଲ୍ଲାପରିଷଦ ସଭ୍ୟ ଗୋପାଳ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ବରେ ମଧ୍ୟ ବିଡିଓ ଙ୍କ ଜରିଆ ରେ ଦାବୀ ଜଣାଯାଇଥିଲା । ତେଣୁ ଅଞ୍ଚଳର ଚାଷୀ ଓ ଜନସାଧାରଣଙ୍କ ଉନ୍ନତି ଓ ବିକାଶ ପାଇଁ ପୁର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.