pakka

ବିଦ୍ୟୁତ୍ ଆଘାତରେ କର୍ମଚାରୀଙ୍କ ମୃତ୍ୟୁ

bbehera

ଫୁଲବାଣୀ : ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ବିଦ୍ୟୁତ କର୍ମଚାରୀଙ୍କ ମୃତୁ ଘଟିଥିବା ଜଣାପଡିଛି । ମୃତକ ଜଣକ ଫୁଲବାଣୀ ମାଷ୍ଟ୍ରପଡା ସାହିର ଜିତେନ୍ଦ୍ର ଦାସ(ରବି) ।

ସୂଚନାନୁଯାୟୀ, ଗୁରୁବାର ରାତିରେ ମହିଳା ମହାବିଦ୍ୟାଳୟ ଅଞ୍ଚଳରେ ବିଜୁଳି ଚାଲିଯିବାରୁ ବିଦ୍ୟୁତ ବିଭାଗକୁ ଖବର ଦିଆଯାଇଥିଲା । ପ୍ରାୟ ୯ଟା ବେଳେ ୪ରୁ ୫ ଜଣ ବିଦ୍ୟୁତ ବିଭାଗ କର୍ମଚାରୀ ଆସି ମହିଳା ମହାବିଦ୍ୟାଳୟ ପରିସରରେ ଥିବା ଟ୍ରାନ୍ସଫର୍ମରରେ ଚଢି ମରାମତି କରୁଥିଲେ । ଏହି ସମୟରେ ହଠାତ୍ ଇଲେକ୍ଟ୍ରିସିଟି ଆସିବାରୁ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜିତେନ୍ଦ୍ର ଗୁରୁତର ହୋଇଥିଲେ । ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

jay balangir
Leave A Reply

Your email address will not be published.

five × 5 =