pakka

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

bbehera

କୋଠପଦା : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କୃଷ୍ଣଦାସପୁର ଶ୍ରିପୁରା ଛକରେ ଏଭଳି ଘଟଣା ଘଟିଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଛୁତୀ ବସନ୍ତ ଗ୍ରାମର ଜଦୁନାଥ ଦଳେଇ ।

ସୂଚନାନୁଯାୟୀ, ଜଦୁନାଥ ଦଳେଇ ଦୀର୍ଘ ୧୫ ବର୍ଷ ହେବ ଶ୍ୱଶୁର ଘର ମାଣ୍ଡୁକା ଗ୍ରାମରେ ରହୁଥିଲେ । ଶୁକ୍ରବାର ଏକ ବରକୋଳି ଗଛରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯଦୁନାଥଙ୍କ ସ୍ତ୍ରୀ ମାହାଙ୍ଗା ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ମାହାଙ୍ଗା ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

five × five =