pakka

ବ୍ରାହ୍ମଣ ସମାଜ କଣ୍ଟାବାଞ୍ଜିର ଭୂମିପୂଜନ ମହୋତ୍ସବ

bbehera

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବ୍ରାହ୍ମଣ ସମାଜ କଣ୍ଟାବାଞ୍ଜିର ଭୂମି ପୂଜନ ମହୋତ୍ସବ ଅତି ନିରାଡମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି । ଯଜମାନ ଭାବରେ ସମାଜର ଅଧ୍ୟକ୍ଷ ଭାବେ ବ୍ରଜଶ୍ୟାମ ଗୁରୁ ଓ ପୂଜକ ଭାବରେ ଶ୍ୟାମସୁନ୍ଦର ଗୁରୁ ତଥା ସଞ୍ଜୟ ମହାପାତ୍ର ଅତି ପବିତ୍ରତା ସହ ପୂଜନ ପଦ୍ଧତି ସମ୍ପାଦିତ କରିଥିଲେ । ଉକ୍ତ ଉତ୍ସବରେ ଭୂମିଦାନକାରି ଘନଶ୍ୟାମ ଶର୍ମା, ସମାଜର ଅନ୍ୟାନ୍ୟ ସଦସ୍ୟଙ୍କ ମଧ୍ୟରେ କାହ୍ନୁଚରଣ ମିଶ୍ର, ପ୍ରେମ ପ୍ରକାଶ ପଣ୍ଡା, ସହ ସମ୍ପାଦକ ହରିହର ଠାକୁର, କୋଷାଧ୍ୟକ୍ଷ ମନୋଜ ଠାକୁର, ସହଶ୍ରାପ୍ସସୁ ହୋତା, ରମାକାନ୍ତ ମହାପାତ୍ର, ପର୍ଶୁରାମ ବାହିନର ସଭାପତି ଓ ସମ୍ପାଦକ ଯଥାକ୍ରମେ ନିଶିକାନ୍ତ ମହାପାତ୍ର ଓ ସଞ୍ଜୟ କୁମାର ପଣ୍ଡା ସମ୍ପୂର୍ଣ୍ଣ ତଦାରଖ କରିଥିଲେ । ସମାଜର ଉପସଭାପତି ଡ଼. ସଞ୍ଜୟ ମିଶ୍ର, ସମ୍ପାଦକ ପ୍ରଫେସର ନରୋତ୍ତମ ପଣ୍ଡା, ପ୍ରଫେସର ଚିନ୍ମୟ ଯୋଶୀ, ରବି ନାରୟଣ ତ୍ରିପାଠୀ ପ୍ରମୁଖ ସହଯୋଗ କରି ପୂଜନ ମହୋତ୍ସବକୁ ସଫଳ କରିଥିଲେ ।

jay balangir
Leave A Reply

Your email address will not be published.

19 − thirteen =

error: Content is protected !!