pakka

ଅମୃତ ସରୋବର ପାଇଁ ବିଶିବନ୍ଧରେ ଭୂମି ପୂଜନ

bbehera

ସିନ୍ଧେକେଲା, (କେପିଏନ୍‌ଏସ୍‌) : ମନରେଗା ଯୋଜନାରେ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ବିଶିବନ୍ଧରେ ଅମୃତ ସରୋବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ରଞ୍ଜୁବାଲା ବେହେରା ମୁଖ୍ୟ ଅତିଥି, ସିନ୍ଧେକେଲା ସମିତି ସଭ୍ୟ ଲୋକନାଥ ବେହେରା, ସରପଞ୍ଚ ନରେଶ ଅଗ୍ରୱାଲ ଓ ଜିଆର୍‌ଏମ୍‌ ଜ୍ୟୋତି ସୁନା ସମ୍ମାନିତ ଅତିଥି ଭାବେ ପ୍ରମୁଖ ଯୋଗ ଦେଇ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି ଅବସରରେ ସିନ୍ଧେକେଲା ପୂର୍ବତନ ସରପଞ୍ଚ ରାଜଶ ଜୈନ, ପୂର୍ବ ସମିତି ସଭ୍ୟ ଧନୁ ଥନାପତି, ଜ୍ୟୋତି ସାହୁ, ଓମ୍‌ ସାହୁ, ଖଳି ସାହୁ, ପ୍ରସନ୍ନ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

nineteen − 16 =

error: Content is protected !!