pakka

ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟ୍‌ ଅଭିଯୋଗ

bbehera

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଭୁସଲାଡ୍‌ ଓ ପଲସଖଣ୍ଡ ମଝିରେ ଏକ ନିର୍ଜନ ସ୍ଥାନରେ ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ୧ ଲକ୍ଷ ୮ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତକାଲି କୁଣ୍ଡାବୁତୁଲା ସିଏସ୍‌ପି (କିଓସ୍କ)ର ମାଲିକ ଭବାନୀ ଶଙ୍କର ବେହେରା ତାଙ୍କ ସେଣ୍ଟରରେ କାମ କରୁଥିବା ସୁଶାନ୍ତ ସାହୁ ଓ ବାଦଳ ସିଂହ ଜାନୀଙ୍କୁ ଚାନ୍ଦୋତରା ଷ୍ଟେଟ ବ୍ୟାଙ୍କ ଶାଖାକୁ ଟଙ୍କା ଉଠାଇ ଆଣିବାକୁ ପଠାଇଥିଲେ । ସେମାନେ ବ୍ୟାଙ୍କରୁ ଦିନ ୧ଟାରେ ଟଙ୍କା ଉଠାଇ ଏକ ମୋପେଡ୍‌ରେ ଫେରୁଥିବା ବେଳେ ଭୁସଲାଡ୍‌ ଓ ପଲସଖଣ୍ଡ ମଝିରେ ଏକ କଳା ରଙ୍ଗର ବାଇକରେ ୩ ଜଣ ମୁଖା ପିନ୍ଧା ଯୁବକ ଅଟକାଇ ମାରଣାସ୍ତ୍ର ଦେଖାଇ ଟଙ୍କା ଛଡାଇ ନେଇଥିଲେ । ଏଥିସହ ଦୁବୃର୍ତ୍ତମାନେ ସେମାନଙ୍କ ମୋବାଇଲ ଓ ଗାଡି ଚାବି ମଧ୍ୟ ନେଇ ପଳାଇଥିବା ଅଭିଯୋଗ ହୋଇଛି ।

jay balangir
Leave A Reply

Your email address will not be published.

17 − eight =

error: Content is protected !!