csstore

ବରଗଡ଼ ଟାଉନ ଥାନା ହାଜତ ମୃତ୍ୟୁ ଘଟଣା : ଭାଜପାର ଆରଡିସିଙ୍କୁ ଦାବୀପତ୍ର ପ୍ରଦାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଟାଉନ ଥାନା ହାଜତରେ ମୃତ୍ୟୁ ବରଣ କରିଥିବା ଗୋବିନ୍ଦ କୁମ୍ଭାରଙ୍କ ପରିବାର ଲୋକଙ୍କୁ ନ୍ୟାୟ ଦେବା ଦାବୀରେ ଆଜି ବରଗଡ଼ ଜିଲ୍ଲା ବିଜେପି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ପ୍ରତିନିଧି ମାନେ ପରେ ଉତ୍ତରାଞ୍ଚଳ ଡ଼ିଆଇଜିଙ୍କୁ ଭେଟି ଆଲୋଚନା କରିଥିଲେ । ତୁରନ୍ତ ନ୍ୟାୟ ପ୍ରଦାନ ଏବଂ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକ ଦାବିୀପତ୍ର ପ୍ରଦାନ କରିଥିଲେ । ପ୍ରତନିଧି ମଣ୍ଡଳୀରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ବରଗଡ଼ ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ସମ୍ବଲପୁର ଜିଲ୍ଲା ସଭାପତି ଗିରିଶ ପଟେଲ, ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ମହାନନ୍ଦ, ସୋନପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଉଷା କୁମାରୀ, ବରଗଡ଼ ଜିଲ୍ଲା ମହିଳା ମୋର୍ଚ୍ଚାର ପ୍ରଭାରୀ ତଥା ରାଜ୍ୟ ସମ୍ପାଦିକା ସବିତା ନନ୍ଦ, ବରଗଡ଼ ଜିଲ୍ଲା ଭାଜପା ଯୁବ ମୋର୍ଚ୍ଚା ସଭାପତି ଅମିତ ପଣ୍ଡା, ସମ୍ପାଦକ କୁଶ କଲେତ, ରବିନାରାୟଣ ଦାଶ ପ୍ରମୁଖ ରହିଥିଲେ ।

jayashree
Leave A Reply

Your email address will not be published.