pakka

ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ପିପିଲି ଉପନିର୍ବାଚନ : ଅକ୍ଟୋବର ୩ରେ ଭୋଟ ଗଣତି

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଭୋଟ ଗ୍ରହଣ ଗତକାଲି ଦିନ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି । ଦଶ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍‌ ମେସିନରେ ସିଲ ହୋଇ ରହିଛି । ପିପିଲି ବିଧାନସଭା ଉପନିର୍ବାଚନ ଲାଗି ୩୪୮ଟି ଭୋଟଗ୍ରହଣ ଗତକାଲିି ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଥିବା ବେଳେ ସମ୍ପୂର୍ଣ୍ଣ କୋଭିଡ ଗାଇଡଲାଇନ ମଧ୍ୟରେ ଗତକାଲି ପୂର୍ବାହ୍ନ ୭ଟାରୁ ଭୋଟ ଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଥିଲା । ଭୋଟରମାନେ ଧାଡିରେ ଯାଇ ସେମାନଙ୍କର ମତଦାନ କରିଥିଲେ । ସକାଳେ ଭୋଟ ହାର କମ୍‌ ରହିଥିବା ବେଳେ ଅପରାହ୍ନରେ ଭୋଟଦାନ ହାର ବୃଦ୍ଧି ପାଇଥିଲା । ତେବେ କେତେକ ମତଦାନ କେନ୍ଦ୍ରରେ ଭିଭିପାଟ୍‌ ଓ ଇଭିଏମ ମେସିନରେ ତୃଟି ଦେଖା ଦେବାରୁ କିଛି ସମୟ ପାଇଁ ଭୋଟ ଗ୍ରହଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ଭୋଟରଙ୍କ ଲାଗି ହ୍ୱିଇଲ ଚେୟାର ଓ ଗାଡିର ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ନିର୍ବାଚନାକୁ ସଂପୂର୍ଣ୍ଣ ସ୍ୱଚ୍ଛ, ଅବାଧ ଓ ମୁକ୍ତ ତଥା ଶାନ୍ତିପୂର୍ଣ୍ଣ କରିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସମସ୍ତ ପୁଲିଂ ବୁଥରେ କଡା ପୁଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ନିର୍ବାଚନ ପରିଚାଳନା ପାଇଁ ଏସ୍‌ପି, ଅତିରିକ୍ତ ଏସ୍‌ପି, ଡିଏସ୍‌ପି, ଇନିସପେକ୍ଟର ପାହ୍ୟାର ୩୫ଜଣ ବରିଷ୍ଠ ଅଧିକାରୀଙ୍କ ସମେତ ୧୬୩ ଜଣ ଏସ୍‌ଆଇ, ଡେପୁଟି ଏସ୍‌ଆଇ, ଡେପୁଟି ସୁବେଦାର, ଏଏସ୍‌ଆଇ ପ୍ରମୁଖଙ୍କ ସମେତ ୭୩୬ଜଣ ହାବିଲଦାର, କନେଷ୍ଟବଳ ଆଦି ନିୟୋଜିତ ହୋଇଥିବା ବେଳେ ୩୦ଜଣ ଏସ୍‌ଆଇ ଓ ଏଏସ୍‌ଆଇ ପାହ୍ୟାର ଅଧିକାରୀଙ୍କ ସହ ୩୦ ସେକ୍ସନ ପୁଲିସ ଫୋର୍ସଙ୍କୁ ନିୟୋଜିତ କରାଯାଇଥିଲା । ମତଦାନ ବାଧାପ୍ରାପ୍ତ ଆଶଙ୍କା ଥିବା ବୁଥ୍‌ରେ ତିନି କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀଙ୍କୁ ନିୟୋଜିତ କରାଯାଇଥିଲା । ଉଭୟ ପିପିଲି ଓ ଡେଲାଙ୍ଗ ବ୍ଲକରେ ୨୦ଟି ଲେଖାଏଁ ଆଦର୍ଶ ଭୋଟ ଗ୍ରହଣ କେନ୍ଦ୍ର କରାଯାଇଥିଲା । ସେଠାରେ ଭୋଟରମାନଙ୍କୁ ଗ୍ଲୋବସ, ସାନିଟାଇଜର, ପିିଇବା ପାଣି ଯୋଗାଇ ଦିଆଯିବା ସହିତ ସେଲ୍ଫି ନେବା ଲାଗି ବ୍ୟବସ୍ଥା କରାଯାଇଥିଲା । ଏହି ଉପନିର୍ବାଚନରେ ମୋଟ ୧୦ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଭୋଟ ଗ୍ରହଣ ଶେଷ ହେବା ପରେ ଭୋଟବାକ୍ସ ଗୁଡିକୁ କଡା ସୁରକ୍ଷା ମଧ୍ୟରେ ପୁରୀ ନିଆଯାଇଛି । ଆସନ୍ତା ୩ ତାରିଖରେ ପୁରୀଠାରେ ଭୋଟ ଗଣତି କରାଯିବାକୁ ଦିନ ଧାର୍ଯ୍ୟ କରାଯାଇଛି । ୨୦୧ଟି ବୁଥ୍‌କୁ ସମ୍ବେଦନଶୀଳ ବୁଥ୍‌ ଭାବେ ଚିହ୍ନଟ କରାଯାଇଥିଲା । କେନ୍ଦ୍ରୀୟ ସାଧାରଣ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଏମ୍‌. ଭୀରବ୍ରହ୍ମେୟା ଓ ଗୋପୀ ରେଡ୍ଡିଙ୍କ ସମେତ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ଜିଲାପାଳ ସମର୍ଥ ବର୍ମା ଓ ପୁରୀ ଏସ୍‌ପି କନୱର ବିଶାଲ ସିଂହ ପ୍ରମୁଖ ନିର୍ବାଚନମଣ୍ଡଳୀର ବିଭିନ୍ନ ବୁଥ୍‌ ପରିଦର୍ଶନ କରିିବା ସହ ଭୋଟ୍‌ ଗ୍ରହଣ ବ୍ୟବସ୍ଥାର ଯାଞ୍ଚ କରିବା ସହିତ ବୁଥ୍‌ରେ ପାନୀୟଜଳ, ର‍୍ୟାମ୍ପ, ବିଦ୍ୟୁତ ଓ ଶୌଚାଳୟ ବ୍ୟବସ୍ଥାକୁ ତନଖି କରିଥିଲେ ।

Leave A Reply

Your email address will not be published.

4 × 1 =