csstore

ବରଗଡ଼ ଟାଉନ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଟାଉନ କଂଗ୍ରେସ ପକ୍ଷରୁ ଆଜି ୪ ଦଫା ଦାବୀରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ୪ ଦଫା ଦାବୀ ମଧ୍ୟରେ ଦୀର୍ଘବର୍ଷ ଧରି ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବା ଜୀରା ନଦୀ ବ୍ରିଜର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା,‌ ହଲଦୀପିଲି ଛକରୁ ବିକାଶ ସ୍ଲୁଲ ଛକ ପର୍ଯ୍ୟନ୍ତ ନିର୍ମାଣଧିନ କାର୍ଯ୍ୟର ତଦାରଖ କରି ନିମ୍ନମାନର କାମକୁ ଠିକ୍ କରିବା, ସହର ମଧ୍ୟରେ ରାସ୍ତାର ମରାମତି କାର୍ଯ୍ୟ କରିବା ଆଦି ରହିଥିଲା । ଟାଉନ କଂଗ୍ରେସ ସଭାପତି ସୁଧି ରଞ୍ଜନ ଜେନା ଏବଂ ନିପନ ଦାଶଙ୍କ ନେତୃତ୍ବରେ କଂଗ୍ରେସ ଦଳର କର୍ମୀମାନେ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ପରେ ଏକ ଦାବୀପତ୍ର ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.