pakka

କୃଷକଙ୍କ ହତ୍ୟାର ପ୍ରତିବାଦରେ ଏଆଇକେକେଏମ୍‌ଏସ୍‌ ପକ୍ଷରୁ ବିକ୍ଷୋଭ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍ତର ପ୍ରଦେଶର ଲଖିମ୍‌ପୁର ଠାରେ ଆନ୍ଦୋଳନରତ କୃଷକଙ୍କ ଉପରେ ଗୁଳି ଚାଳନା ଓ ଗାଡି ଚଢାଇ କୃଷକଙ୍କୁ ହତ୍ୟା କରିଥିବା ବିଜେପି ମନ୍ତ୍ରୀ ଓ ଗୁଣ୍ଡାଙ୍କର ବର୍ବାରତାର ପ୍ରତିବାଦରେ ଆଜି ସାରା ଭାରତ ପ୍ରତିବାଦ ଦିବସ ପାଳନ ଉପଲକ୍ଷେ ଏଆଇକେକେଏମ୍‌ଏସ୍‌ ବଲାଙ୍ଗିର ଶାଖା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି । ଅମାନବିକ ଭାବରେ ମନ୍ତ୍ରୀଙ୍କର ପୁଅ ଗାଡି ଚଢାଇବା ଯୋଗୁଁ ୪ ଜଣ ଚାଷୀଙ୍କର ମୃତ୍ୟୁ ଘଟିଛି । ବ୍ରିଟିଶମାନଙ୍କର ଜୁଲୁମ ଅତ୍ୟାଚାରଠାରୁ ସ୍ୱାଧୀନ ଭାରତର ପୁଞ୍ଜିବାଦୀ ବିଜେପି ସରକାରଙ୍କର ଜୁଲୁମ୍‌ ଅତ୍ୟାଚାର ଚରମ ସୀମାରେ ପହଞ୍ଚିଛି । ବିଜେପି ସରକାରର କୃଷକଙ୍କର ଉପରେ ଦମନଲୀଳା ନରସଂହାରକୁ ଦୃଢ ନିନ୍ଦା କରୁଛୁ । ଏହି ଘଟଣାକୁ ସୁପ୍ରିମକୋର୍ଟଙ୍କ ତଦାରଖରେ ଏସ୍‌ଆଇଟି ଦ୍ୱାରା ତଦନ୍ତ କରାଯାଉ । କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀଙ୍କର ପୁଅଙ୍କୁ ହତ୍ୟା ମାମଲାରେ ତୁରନ୍ତ ଗିରଫ କରାଯାଉ । ହିଂସା ଉସୁକାଇବା ଓ ସାମ୍ପ୍ରଦାୟିକ ଘୃଣ୍ଣ୍ୟ ପ୍ରଚାର କରିଥିବା କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀଙ୍କୁ ତାଙ୍କ ମନ୍ତ୍ରୀପଦରୁ ବହିଷ୍କାର କରାଯାଉ । ଶେଷରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ବଲାଙ୍ଗିର ଜିଲ୍ଲାପାଳଙ୍କୁ ଦିଆଯାଇଥିଲା । ଏହି ପ୍ରତିବାଦ ସଭାରେ ଏଆଇକେକେଏମ୍‌ଏସ୍‌ ପକ୍ଷରୁ ସୁନିଲ ଭୋଇ, ଏଆଇଡିଏସ୍‌ଓ ସଂପାଦକ ମଧୁସୂଦନ ବାଗ, ଗୌରୀ ରାଉତ, ଅହଲ୍ୟା ସାହୁ, ଜୟ କିଶାନର ପୂର୍ଣ୍ଣ ବିଶ୍ୱାଲ, ବିକାଶ ଜେନା, ଋଷିକେଶ ବୁଡେକ, ଖଗେଶ୍ୱର ମହାନନ୍ଦଙ୍କ ସହ ବହୁ ସଂଖ୍ୟାରେ ପ୍ରତିବାଦକାରୀ ସାମିଲ ଥିଲେ ।

Leave A Reply

Your email address will not be published.

nine + two =