pakka

ସୁନୀଲ ଗୁର୍ଲାଙ୍କ ଅକାଳ ବିୟୋଗ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସକାଳ ୭ ଘଣ୍ଟାରେ, ପଦ୍ମପୁର ବଜାରପଡାସ୍ଥିତ ସୁନୀଲ ଗୁର୍ଲାଙ୍କର ମାତ୍ର ୩୫ ବର୍ଷ ବୟସରେ, ବୁର୍ଲାସ୍ଥିତ ଭୀମସାର ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ସୂଚନା ଅନୁସାରେ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ତାଙ୍କର ମରଶରୀର ପଦ୍ମପୁର ପହଞ୍ଚିବା ପରେ ପରିବାରରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ସ୍ବର୍ଗତ ଗୁର୍ଲା ତାଙ୍କ ପଛରେ ବିଧବା ପତ୍ନୀ, ପୁତ୍ର ଭୁରବରୀ, କନ୍ୟା ପ୍ରିୟାଂଶୀ ତଥା ପରିବାର ବର୍ଗଙ୍କୁ ଛାଡି ଯାଇଛନ୍ତି । ସ୍ଥାନୀୟ ରାଜାପଡା ସ୍ଥିତ ଶ୍ମଶାନରେ ତାଙ୍କର ଶବଦାହ କରାଯାଇଥିଲା । ତାଙ୍କ ପୁଅ ସୁରବୀର ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.

8 + twelve =