pakka

ହଲଦୀପାଲି ଗ୍ରାମରେ ନେହେରୁ ଯୁବକ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ଅଭିଯାନ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ହଲଦୀପାଲି ଗ୍ରାମରେ ନେହେରୁ ଯୁବକ କେନ୍ଦ୍ର ପକ୍ଷରୁ ଆଜି ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସ୍ୱାଧୀନତାର ୭୫ ବର୍ଷ ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ବରଗଡ଼ ନେହେରୁ ଯୁବକ କେନ୍ଦ୍ର ପକ୍ଷରୁ ମାସ ବ୍ୟାପୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ଆଜି ହଲଦୀପାଲି ଗ୍ରାମରେ ଏହି କାର୍ଯ୍ୟକ୍ରମକୁ ଗ୍ରାମ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପରେ ଯୁବ କେନ୍ଦ୍ର ସ୍ୱେଚ୍ଛାସେବୀମାନେ ଗାଁ ଦାଣ୍ଡ ସଫା କରିବା ସହ ଗ୍ରାମବାସୀଙ୍କୁ ସ୍ବଚ୍ଛତା ସଂପର୍କରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବକ କେନ୍ଦ୍ରର ସଂଯୋଜକ ରୋଶନ ତଣ୍ଡନ, ଉପଦେଷ୍ଟା ତ୍ରିଲୋଚନ ଶତପଥୀ, ଜିଲ୍ଲା ପରିଷଦ ସଭ୍ୟ ସୁବ୍ରତ ବେହେରା, ରବିଶଙ୍କର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

3 × four =