csstore

ଶ୍ରାବଣ ମାସର ଶେଷ ସୋମବାର ହରିଶଙ୍କରଠାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

ଖପ୍ରାଖୋଲ, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶା ତଥା ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପ୍ରମୁଖ ପବିତ୍ର ପୁଣ୍ୟ କ୍ଷେତ୍ର ହରିଶଙ୍କରଠାରେ ଶ୍ରାବଣର ଶେଷ ସୋମବାର ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ହଜାର ହଜାର ଶ୍ରଦ୍ଧାଳୁ ପାପନାଶିନୀ ଝରଣାରେ ସ୍ନାନ କରି ଲମ୍ବା ଧାଡିରେ ରହି ଶୃଙ୍ଖଳିତ ଭାବେ ହରିଶଙ୍କର ମହାପ୍ରଭୁଙ୍କ ଦର୍ଶନ କରିବା ସହ ଜଳାଭିଷେକ କରିଥିଲେ । କେବଳ ଓଡିଶା ନୁହେଁ ଓଡିଶା ବାହାରୁ ଛତିଶଗଡ଼, ମଧ୍ୟପ୍ରଦେଶରୁ ମଧ୍ୟ ଶହ ଶହ ଶ୍ରଦ୍ଧାଳୁ ଏଠାକୁ ଆସି ପାଣି ଢାଳୁ ଥିବା ଦେଖିବାକୁ ମିଳିଥିଲା । ପ୍ରାୟ ୧ କିମି ଦୂରରୁ ଶ୍ରଦ୍ଧାଳୁମାନେ ଲମ୍ବା ଧାଡିରେ ଶୃଙ୍ଖଳିତ ଭାବେ ମନ୍ଦିରକୁ ଯାଇ ପାଣି ଢାଲିବା ସହ ପ୍ରଭୁଙ୍କ ଦର୍ଶନ କରିଥିଲେ । ହରିଶଙ୍କରଠାରେ ପାଣି ଢାଳିଲେ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଥିବାରୁ ଏଭଳି ଭିଡ ପ୍ରତିବର୍ଷ ହୋଇଥାଏ । ପ୍ରଶାସନ ତରଫରୁ ବ୍ୟାରିକେଟ ବ୍ୟବସ୍ଥା କରାଯାଇଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ନେତୃତ୍ୱରେ ଚାରି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ପ୍ରଶାସନ ତରଫରୁ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ । ତିନି ଦିନ ମଧ୍ୟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥିବା ମନ୍ଦିର ପରିଚାଲକ ଗୁପ୍ତେଶ୍ଵର କୁଅଁର ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.