jayashree

ଭୀମ ଆର୍ମୀର ନୂଆଁଖାଇ ଭେଟଘାଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ମାଧିଆପାଲି ପଂଚାୟତ ରିନବନନ ଖେଳ ପଡିଆ ଠାରେ ଭୀମ ଆର୍ମୀ ଭାରତ ଏକତା ମିଶନ ସଂଗଠନ ବଲାଙ୍ଗିର ତରଫରୁ ପଶ୍ଚିମ ଓଡିଶାର ଗଣପର୍ବ ତଥା କୃଷିଭିତ୍ତିକ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ବେଶ ଧୁମଧାମରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭୀମ ଆର୍ମୀ ସଂଗଠନରର ରାଜ୍ୟ ସଭାପତି ଧିମାନ ଲଙ୍କେଶ ରାବଣ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଓକିଲ ଦୀନେଶ ନାଗ, ଜିଲ୍ଲା ସଭାପତି ନିକେଶ କୁମ୍ଭାର, ରଜନୀକାନ୍ତ ନାଗ, ପ୍ରଶାନ୍ତ ବୁଦ୍ଧ, ପ୍ରମୋଦ ନନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବଢାଇଥିଲେ ଏବଂ ନିଜ ନିଜର ବହୁମୁଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଭୀମ ଆର୍ମୀ ଭାରତ ଏକତା ମିଶନ ସଂଗଠନର ଦିପ୍ତୀ ରଂଜନ ନନ୍ଦ, ଶ୍ରୀକାନ୍ତ ମହାନନ୍ଦ, ସୁଶାନ୍ତ ବୁଦ୍ଧ, ରାକେଶ ଦୀପ, ମୁକେଶ ଦୀପ, କୃତୀବାଶ ଦୀପ, ଦୀପ୍ତୀ ପ୍ରକାଶ ନନ୍ଦ, ଅନିଲ ମୁଗ୍ରୀ, ଆକାଶ ବାରିକ ଏବଂ ସମସ୍ତ ୧୪ ଟି ବ୍ଲକ ସଦସ୍ୟ ଉପସ୍ଥିତ ରହି ନୂଆଁଖାଇ ଭେଟଘାଟ ହୋଇ ସମାଜରେ ସମାନତା ଓ ଭାଇଚାରା ବଜାୟ ରଖିବା ପାଇଁ ସଂକଳ୍ପ ନେଇଥିଲେ ।

Leave A Reply

Your email address will not be published.