jayashree

ବଲାଙ୍ଗିର ଖ୍ରୀଷ୍ଟିୟ ସମାଜର ନୂଆଁଖାଇ ଭେଟଘାଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଖ୍ରୀଷ୍ଟିୟ ସମାଜ ପକ୍ଷରୁ ନୂଆଁଖାଇ ୨୦୨୬ ମହାସମାରୋହରେ ପାଳନ କରାଯାଇଛି । ମୁଖ୍ୟ ଶସ୍ୟ ଉତ୍ସର୍ଗ ପର୍ବ ୦୪.୧୦.୨୦୨୬ ରେ ନ୍ୟୁ ଲାଇଫ ଏସେମ୍ଲି ହଲ ଠାରେ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ପରିଚାଳନା କମିଟି ସଂପାଦକ ପ୍ରଦୀପ କୁମାର ତାଣ୍ଡିଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ବଲପୁର ଧର୍ମାଂଚଳର ବିଶପ ପବିତ୍ରାଚାର୍ଯ୍ୟ ଇମାନୁଏଲ ଦାନି ଶସ୍ୟ ଉତ୍ସର୍ଗ କରି ଉତ୍ସବ ସମ୍ବନ୍ଧୀୟ ସାରଗର୍ଭିକ ତତ୍ୱ ପ୍ରଦାନ କରିଥିଲେ । ୦୫.୧୦.୨୦୨୬ ସୋମବାର ଦିନ ବଲାଙ୍ଗିର ସହରର ସବୁ ଉପାସନାଳୟ ଠାରେ ନବାନ୍ନ ଭକ୍ଷଣ ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ସମୟରେ ମିଶନ ଖେଳ ପଡିଆ ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଉପସ୍ଥିତ ରହି ସମସ୍ତଙ୍କୁ ନୂଆଁଖାଇ ଜୁହାର ପ୍ରଦାନ କରିଥିଲେ । ବିଶପ ଇମାନୁଏଲ ଦାନୀଙ୍କ ସହିତ ସହରର ସମସ୍ତ ଅଭିଶିକ୍ତ ପାଳକଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । କାଉନସିଲର ରଜନୀ ବନଛୋର ମଧ୍ୟ ନୂଆଁଖାଇର ଜୁହାର ପ୍ରଦାନ କରିଥିଲେ । ଭେଟଘାଟ କାର୍ଯ୍ୟକ୍ରମରେ ସବୁ ବର୍ଗର ପୁଅ ଝିଅ, ମହିଳାମାନଙ୍କ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରଦୀପ କୁମାର ତାଣ୍ଡି, ସଚ୍ଚିଦାନନ୍ଦ ହନୁମାନ, ଶୈଳେଶ କୁମାର ପାଲ, ଏଲିଅ କୁମାର, ଦାଉଦ ସାଗର, ମହେନ୍ଦ୍ର କୁମାର ବାଗ, ଭଞ୍ଜ କିଶୋର ନାଗ, ଶୈଳବାସିନୀ ସାଗର, ସୁସନ୍ନାମୟୀ ପାଲ, ଏଷ୍ଟରରାଣୀ ବାରିକ, ଅମୀୟ ତାଣ୍ଡି, ମଦନ କୁମାର, ଆଦମ ଇସମାଇଲ, ଜ୍ୟୋତିରାଜ ନାଗ, ଇମାନୁଏଲ ନନ୍ଦ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.