ଯୁବ କୁଲୁତା ସମାଜର ନୂଆଁଖାଇ ଭେଟଘାଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଅଡିଟରିୟମ୍‌ ଠାରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ମହିଳା କମିଶନ ସଦସ୍ୟ ମୁକ୍ତା ସାହୁ ଯୋଗଦାନ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଛତିଶଗଡ କୁଲୁତା ସମାଜ ସଭାପତି ଗିରିଧାରି ସାହୁ, ପୂର୍ବତନ ସଭାପତି ଲାଦେରପାଲି ରାମଚଣ୍ଡି ମନ୍ଦିର ଦିବାକର ପ୍ରଧାନ, ଓଡିଶା କୁଲୁତା ସମାଜ ଉପ-ସଭାପତି କ୍ଷେତ୍ରବାସୀ ପ୍ରଧାନ, ସୁନ୍ଦରଗଡ ଜିଲ୍ଲା ସଭାପତି ଗଜପତି ବାରିକ, ସୁବର୍ଣ୍ଣପୁର ଜିଲ୍ଲା ସଭାପତି ମୁରଲି ବିଶ୍ୱାଲ, ଆସିଷ୍ଟାଣ୍ଡ କଲେକ୍ଟର ଟୁକୁ ପ୍ରଧାନ, ବିବିଏମ୍‌ସିଏଚ୍‌ ଫାଇନାନ୍ସ ଅଫିସର ମୁରାରି ସାହୁ, ସୁରେନ୍ଦ୍ର ସ୍ୱାଇଁ ଓ ବଶିଷ୍ଟ ସାହୁ ଯୋଗଦାନ ଦେଇଥିଲେ । ଏ ଅବସରରେ ସାଲିନି ବିଶି, ଟୁକୁ ପ୍ରଧାନ, ଆୟୁଷ ପ୍ରଧାନ, ରୁକ୍ମଣ ବିଶ୍ୱାଲ, ଜିଲ୍ଲା ଯୁବ କୁଲୁତା ସମାଜ ସଂପାଦକ ଭୁବନେଶ୍ୱର ଭୋଇ, କୋଷାଧ୍ୟକ୍ଷ ଆକାଶ ବିଶ୍ୱାଲ, ଉପ-ସଭାପତି ଦିନେଶ ପ୍ରଧାନ, ସହ-ସଂପାଦକ ଅକୃର ନାୟକ ତଥା ରକ୍ତଦାତାଙ୍କୁ ସମ୍ମାନିତ କରାଯାଇଥିଲା । ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଗଣ ଯୁବ କୁଲୁତା ସମାଜର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହ ଏ ସଂଗଠନ ସଙ୍ଗେ ସମସ୍ତେ ଜଡିତ ହୋଇ ସମାଜର ବିକାଶ ପାଇଁ ଆଗେଇ ଆସନ୍ତୁ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ଏ ଅବସରରେ ଯୁବ କୁଲୁତା ସମାଜ ଓ ସମ୍ବାଦ ଆମ ଓଡିଶାର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୨୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି ଅବସରରେ ସାଂସ୍କୃତି କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଜ୍ୟୋର୍ତିମୟୀ ପ୍ରଧାନ ପରିଚାଳନା କରିଥିବା ବେଳେ ସମ୍ବାଦ ଜିଲ୍ଲା ପ୍ରତିନିଧି ଅଞ୍ଜନ ପ୍ରଧାନ, ଜିଲ୍ଲା ଯୁବ କୁଲୁତା ସମାଜ ସଦସ୍ୟ ଅସୀତ ସାହୁ, ପ୍ରଫୁଲ୍ଲ ପ୍ରଧାନ, ଲୋକନାଥ ଭୋଇ, ମିଲାପ ଗଡତ୍ୟା, ବାସୁଦେବ ସାହୁ, ଚକ୍ର ସାହୁ, ଗୋବିନ୍ଦ ପ୍ରଧାନ, ସରୋଜ ପ୍ରଧାନ, ଉମେଶ ନାଏକ, ପ୍ରଶାନ୍ତ ପ୍ରଧାନ, ବିଶ୍ୱଜିତ ପ୍ରଧାନ, ବୃନ୍ଦାବନ ବେହେରା ଓ ଓମ୍‌କାର ପ୍ରଧାନ ସହଯୋଗ କରିଥିଲେ ।

Leave A Reply

Your email address will not be published.