ଜନସଚେତନତା ପାଇଁ ପଦକ୍ଷେପ ନେଲା ଭେଡେନ‌ ପୋଲିସ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ଥାନାର ଆଇଆଇସି ହେମନ୍ତ ରାଓ ସବ୍‌ ଇନିସ୍ପେକଟର ମନୋଜ ପ୍ରଧାନ ଓ ଷ୍ଟାଫ୍ ମାନଙ୍କ ସହିତ ଭେଡେନ ଥାନା ବିଭିନ୍ନ ଅଂଚଳ ପେଟ୍ରୋଲିଂ କରି କରୋନାର ଦ୍ଵିତୀୟ ପର୍ୟ୍ୟାୟ ସରକାରୀ ନିୟମ ମାନିବାକୁ ଜନସାଧାରଣଙ୍କୁ ସଚେତନତ କରାଇଛନ୍ତି । ମାକ୍ସ ପିନ୍ଧବା, ସାମାଜିକ ଦୂରତା ରଖିବା, ବାରମ୍ବାର ସାବୁନ ଦ୍ଵାରା ହାତ ଧୋଇବାଚୁ କହିଛନ୍ତି । ଏଥିରେ ନିୟମ ଉଲ୍ଲଂଘନ କଲେ ଆଇନ୍ ଅନୁଯାୟୀ କାର୍ୟ୍ୟ କରାଯିବ ସତର୍କ କରାଇ ଦେଇଛନ୍ତି । ଯେଉଁ ଅମାନିଆ ମାନେ ମାନୁନାହାନ୍ତି ସେମାନଙ୍କୁ ଅର୍ଥ ଦ‌ଣ୍ଡ ସହିତ ତାଗିତ କରୁଛନ୍ତି । ଆଗାମୀ ଦିନରେ ଏହିପରି ପେଟ୍ରୋଲିଂ ବ୍ୟବସ୍ଥା ଆହୁରି କଡାକଡି ଭାବେ ପାଳନ କରାଯିବ ବୋଲି ଭେଡେନ ଥାନା ଆଇଆଇସି ହେମନ୍ତ ରାଓ କହିଥିଲେ ।

Leave A Reply

Your email address will not be published.