om academy

ସୋନପୁର ଜିଲ୍ଲାରେ ଭାରତ ବନ୍ଦ ପ୍ରଭାବ

ସୋନପୁର, (ପ୍ରଭୁଦତ୍ତ ରଥ) : କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଦାବୀରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଭାରତ ବନ୍ଦ ପ୍ରଭାବ ସୋନପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଜିଲ୍ଲାର ବିଭିନ୍ନ କୃଷକ ସଂଗଠନ, ଟ୍ରେଡ୍ ୟୁନିଅନ ଓ କଂଗ୍ରେସ ଦଳ ପକ୍ଷରୁ ସହରରେ ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରିବା ସହ ମୁଖ୍ୟ ରାସ୍ତାଗୁଡିକୁ ଅବରୋଧ କରି ଗାଡିମୋଟର ଚଳାଚଳ ବନ୍ଦ କରିଥିଲେ । ଫଳରେ ଶହ ଶହ ଗାଡିମଟର ରାସ୍ତାରେ ଅଟକି ରହିଛି ଓ ଜିଲ୍ଲାର ୬ଟି ବ୍ଲକରେ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କୌଣସି ପ୍ରକାର ଅପ୍ରୀତିକର ଘଟଣାକୁ ଏଡାଇବା ପାଇଁ ଜିଲ୍ଲାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଥିବା ବେଳେ ଜିଲ୍ଲାରେ ଉକ୍ତ ବନ୍ଦଟି ଶାନ୍ତିପୂର୍ଣ୍ଣ ଭାବରେ ହେଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

ten − three =