csstore

ଠିକାସଂସ୍ଥାର ମନାମାନି ଯୋଗୁଁ ସ୍କୁଲ ପାଚେରୀ ଭାଙ୍ଗିଲା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ପଞ୍ଚାୟତ ଅନ୍ତର୍ଗତ ଭାଲୁଡୁଙ୍ଗରି ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ପାଚେରୀକୁ ଏକ ଠିକାସଂସ୍ଥାର ଜେସିବି ଭାଙ୍ଗି ଦେଇଥିବା ଭଳି ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ଶୁକ୍ରବାର ସକାଳ ୧୦.୩୦ ସମୟରେ ଗୋଟିଏ ଠିକା ସଂସ୍ଥାର ଜେସିବି ଭାଲୁଡୁଙ୍ଗୁରି ସରକାରୀ ପ୍ରାଥମିକ ବିଦ୍ୟାଳୟ ପାଚେରୀକୁ ଲାଗି ବାଲି ଏବଂ ମେଟାଲ ଆଗରୁ ଜମା କରିଥିଲା । ସେ ସବୁକୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରିବା ପାଇଁ ଜେସିବି ସାହାଯ୍ୟରେ ଟ୍ରାକ୍ଟରରେ ଲୋଡ଼ କରୁଥିବା ସମୟରେ ପାଚେରୀକୁ ଧକ୍କା ଲାଗି ସମ୍ପୂର୍ଣ୍ଣ ପାଚେରୀ ଧରାଶାୟୀ ହୋଇଥିବା ଜଣାପଡିଛି । ସେ ସମୟରେ ସ୍କୁଲର ଛାତ୍ରଛାତ୍ରୀ ମାନେ ସ୍କୁଲରେ ଥିଲେ । ସୌଭାଗ୍ୟ ବସତଃ ପିଲାମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । କିନ୍ତୁ ସ୍କୁଲର ଜଣେ ଶିକ୍ଷକଙ୍କ ମୋଟର ବାଇକ ପାଚେରୀ ତଳେ ପଡି ଚୁରମାର ହେଇଯାଇଥିବା ଜଣାପଡିଛି । ଏନେଇ ଠିକାସଂସ୍ଥା ମାଲିକଙ୍କୁ ଯୋଗାଯୋଗ କରିବାରୁ ସେ ନୂତନ ଭାବେ ପାଚେରୀ ନିର୍ମାଣ କରିବାକୁ ଏବଂ ଶିକ୍ଷକଙ୍କ ବାଇକ ମରାମତି କରିଦିଆଯିବ ବୋଲି ଲିଖିତ ପ୍ରତିଶୃତି ସ୍କୁଲ କମିଟିକୁ ଦେଇଥିବା କହିଛନ୍ତି । ଅନ୍ୟପଟେ ସ୍କୁଲ ପାଚେରୀକୁ ଲାଗି ବାଲି ଏବଂ ମେଟାଲ ପକାଇବାକୁ ନେଇ ସ୍କୁଲର ପ୍ରଧାନ ଶିକ୍ଷକ ବାରମ୍ବାର ଠିକସଂସ୍ଥାର ମୁନସୀକୁ ତାଗିଦ କରିଥିଲେ ମଧ୍ୟ ସେ କୌଣସି କଥାକୁ କର୍ଣ୍ଣପାତ କରିନଥିଲା ବୋଲି ସ୍କୁଲ ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.