ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଶ୍ରୀମଦ୍ ଭଗବତଗୀତାର ସତ୍ୟ ଆଧ୍ୟାତ୍ମିକ ରହସ୍ୟ ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ଡିସେମ୍ବର ୩ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । କେନ୍ଦ୍ରର ମୁଖ୍ୟ ବ୍ରହ୍ମକୁମାରୀ (ବିକେ) ଅଞ୍ଜଳୀଙ୍କ ଆବାହକତ୍ଵରେ ଆୟୋଜିତ ଏହି ଆଧ୍ୟାତ୍ମିକ ରହସ୍ୟ ପ୍ରବଚନ କାର୍ଯ୍ୟକ୍ରମରେ ବିହାରର ବେଗୁସରାୟରୁ ବ୍ରହ୍ମକୁମାରୀ କାଞ୍ଚନ ଦିଦି ଯୋଗଦେଇ ଭଗବତ କଥା ଆରମ୍ଭ କରିଛନ୍ତି । ବିକେ କାଞ୍ଚନ ଦିଦି ଶ୍ରୀମଦ୍ ଭଗବତଗୀତାର ଗୁଢ ରହସ୍ୟ, ସର୍ବଶାସ୍ତ୍ର ଶିରୋମଣି ଭଗବତଗୀତା ଶ୍ରବଣର ମହତ୍ତ୍ୱ ଓ ଆତ୍ମଦର୍ଶନ ଉପରେ ଆଲୋଚନା କରିଥିଲେ । ଶ୍ରୀମଦ୍ ଭଗବତଗୀତାର ସତ୍ୟ ଆଧ୍ୟାତ୍ମିକ ରହସ୍ୟକୁ ବୁଝି ଜୀବନକୁ ଆନନ୍ଦମୟ କରିବା ଲାଗି ସପରିବାରେ ଯୋଗଦେବାକୁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି । ଆଜି ଅପରାହ୍ନ ୩ଟା ବେଳେ ସେକ୍ଟର ୨୦ ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମଠାରୁ ୧୦୮ ବିକେ ଭଉଣୀ କଳସ ଯାତ୍ରାରେ ଯାଇ ଆମ୍ବାଗାନ ଦେଇ ପୁଣି ଆଶ୍ରମକୁ ଫେରିଆସିଥିଲେ । ପରେ ବିକେ ବବିଙ୍କ ମଞ୍ଚ ସଂଯୋଜନାରେ ବିକେ ଅଞ୍ଜଳୀ ସ୍ୱାଗତ ଭାଷଣ ସହ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସିଆଇଏସ୍ଏଫ୍ କମାଣ୍ଡାଣ୍ଟ ଅଶୋକ ଜାଲୱନିଆ, ଯଶବିନ୍ଦର କର, ପ୍ରେମା ଦାସ, ଡାକ୍ତର ହରିଶ ଦାସ, ଗୀତାଞ୍ଜଳି ବେହେରା, ସସ୍ମିତା ପ୍ରଧାନ, ବିଶ୍ଶ୍ୱଜିତା ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି ଅବସରରେ ଗୁରୁଦେବ ପରମବ୍ରହ୍ମ ସଂଗୀତ ଗାନ ଓ ନୃତ୍ୟ ଶାନ୍ତି ଗୃପ୍ ତରଫରୁ ଗଣେଶ ବନ୍ଦନା ନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିକେ ସୀମା, ବିକେ ବବି, ବିକେ ଅମୂଲ୍ୟ ଚକ୍ର, ବିକେ ଶ୍ୱେତା, ବିକେ ବାଲେଶ୍ଵର, ବିକେ ଜୟଶ୍ରୀ, ବିକେ ସୁରେନ୍ଦ୍ର, ବିକେ ବିନୋଦିନୀ, ବିକେ ସନ୍ଧ୍ୟା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।