csstore

ବିଭାବନା କୋଶଲୀ ଫର୍ଦ୍ଦର ଭାବର୍ ଭେଟ୍

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ତହଁକ୍ ଶାଲ୍ ଠାରେ ବିଭାବନା ପତ୍ରିକା କୋଶଲୀ ଫର୍ଦ୍ଦର ତହଁକ୍ କୁଟୁମ୍ ସହଯୋଗରେ ଭାବର୍ ଭେଟ୍ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭାବନା ପତ୍ରିକାର ସମ୍ପାଦକ ଇଂ ମାନସ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କବି ସୁଶାନ୍ତ ବାଗ, ମଧୁସୂଦନ ଦାସ, ନେପାଲ ବାଗ୍, ଗୋପୀନାଥ ଦଣ୍ଡସେନା, ଗୋପାଲ ମେହେର, ଦିଲୀପ ପୁରୋହିତ ପ୍ରମୁଖ ମଞ୍ଚାସୀନ ଥିଲେ । ତହଁକ୍ ମୁଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁ ସ୍ଵାଗତ ଭାଷଣ ଦେଇଥିବା ବେଳେ ତହଁକ୍ ସମ୍ପାଦକ ରାଜେଶ ଦଣ୍ଡସେନା ସଭା ପରିଚାଳନା କରିଥିଲେ । ମୁଖ୍ୟ ପ୍ରଭାରୀ ଶ୍ରୀୟାକାନ୍ତ ଦାଶ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଅବସରରେ ଏକ କୋଶଲୀ କବିତା ପାଠ ଏବଂ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଡକ୍ଟର ଧର୍ମେନ୍ଦ୍ର ପ୍ରଧାନ, ରଘୁନାଥ ନନ୍ଦ, ଶୁଭସ୍ମିତା ମାହାଣା, ଅଭିଜିତ ଫରିକାର, ମନୀଷା ନନ୍ଦ, ଧରିତ୍ରୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ମିଲନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.