pakka

ମୂନିନ୍ଦା ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କଲେ ବିଡିଓ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ପଞ୍ଚାୟତ ସମିତି ଅଧିନସ୍ଥ ମୂନିନ୍ଦା ଗ୍ରାମ ପଞ୍ଚାୟତର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସ୍ଥିତି ଓ ଅଗ୍ରଗତି ଉପରେ ମଣ୍ଡଳ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀ ପଞ୍ଚାୟତ ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ । ଆବାସ ଯୋଜନାରେ ହିତାଧିକାରୀଙ୍କୁ ମିଳିଥିବା ଗୃହ ନିର୍ମାଣ, ବର୍ଯ୍ୟବସ୍ତୁ ପରିଚାଳନା, ବାର୍ଦ୍ଧ୍ୟକ ଭତ୍ତା, ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପ୍ରକଳ୍ପ ଓ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ବକେୟା କାର୍ଯ୍ୟର ଶୀଘ୍ର ତ୍ଵରାନୀତ୍ଵ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ବିଡିଓ ଶ୍ରୀ ଷଡଙ୍ଗୀ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ଆବାସ ଯୋଜନାରେ ଯେଉଁ ହିତାଧିକାରୀ ମାନେ ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଗୃହ ନିର୍ମାଣ ସଂପୂର୍ଣ୍ଣ କରିନାହାନ୍ତି, ସେମାନେ ଧାର୍ଯ୍ୟ ତାରିଖ ମଧ୍ୟରେ ଗୃହ ନିର୍ମାଣ ସମ୍ପର୍ଣ୍ଣ କରିବେ ନଚେତ ଟଙ୍କା ଫେରସ୍ତ କରିବା ପାଇଁ ରେଡ଼ ନୋଟିସ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଡିଓ ଶ୍ରୀ ଷଡଙ୍ଗୀଙ୍କ ସହିତ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଏବିଡିଓ ପ୍ରଦୀପ୍ତ ନାୟକ, ବିପିସି, ଏପିଓ, ଜେଇଙ୍କ ସମେତ ସ୍ଥାନୀୟ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଆର୍‌ଏସ୍‌ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

13 − 11 =