ପରିବହନ ବିଭାଗର ଘୋଷଣା : ଆସନ୍ତା ୨୨ ତାରିଖରୁ ଡିଏଲ୍‌/ଏଲ୍‌ଏଲ୍‌ ଟେଷ୍ଟ ହେବନାହିଁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ୨୨ ତାରିଖରୁ ସମସ୍ତ ଡିଏଲ୍‌/ଏଲ୍‌ଏଲ୍‌ ଟେଷ୍ଟ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବନ୍ଦ ରହିବ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ନିର୍ଦ୍ଦେଶ ସଂକ୍ରାନ୍ତରେ ରାଜ୍ୟର ସମସ୍ତ ଆର୍‌ଟିଓଙ୍କୁ ସୂଚନା ପ୍ରଦାନ କରାଯାଇଥିବା କୁହାଯାଇଛି ।

Leave A Reply

Your email address will not be published.