jsm

୧୯୮୮ ବ୍ୟାଚ୍‌ର ପୁରୁଣାସ୍ମୃତିକୁ ରୋମନ୍ଥନ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ଆରଇସି କ୍ୟାମ୍ପସ ହାଇସ୍କୁଲର ୧୯୮୮ ମସିହା ବ୍ୟାଚ୍‌ର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଉତ୍ସବରେ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ପୁରୁଣା ସ୍ମୃତିକୁ ମନେପକାଇବା ସହ ଭାବ ବିନିମୟ କରିଥିଲେ । କଟକ, କେଉଁଝର, ଭୁବନେଶ୍ୱର, ସୁନ୍ଦରଗଡ, ରାଉରକେଲା, ପୁନେ, ବାଙ୍ଗାଲୋରରୁ ଆସିଥିବା ଛାତ୍ରଛାତ୍ରୀମାନେ ଏକାଠି ହେବା ସମୟରେ ସମସ୍ତେ ଭାବ ବିହ୍ୱଳ ହେବା, ପାଠ ପଢିବା ସମୟର ସ୍ମୃତି, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମନେପକାଇବା ସହ ବିଦ୍ୟାଳୟର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ବ୍ୟାପକ ଭାବେ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସରୋଜ ନାୟକ, ପ୍ରଦୀପ ପ୍ରଧାନ, ସୁବ୍ରତ ବିଶ୍ୱାଳ, ରାଜେଶ ମାହାତୋ ପ୍ରମୁଖ ପରିଚାଳନା କରିଥିଲା ବେଳେ ରାମ, ଲିଟୁ, ବିଶ୍ୱ, ସାଗର, ରୀତେଶ, ଜ୍ଞାନ, ଚିନ୍ମୟ, ସୋମନାଥ, ମହେଶ୍ୱର, ବିଶ୍ୱଜିତ, ମୀନା, ଦୀପ୍ତି, ସିନ୍ଧୁ, ଫରିଦା, ରାଜି, ଶେଫାଳୀ, ବୁଟି, ନନ୍ଦୀ, ଶିଖା ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.