csstore

ଜିଲ୍ଲା ତୈଳିକ ବୈଶ୍ୟ ସମାଜ ତରଫରୁ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶ୍ରମିକ ଦିବସ ଅବସରରେ ଜିଲ୍ଲା ତୈଳିକ ବୈଶ୍ୟ ସମାଜ ତରଫରୁ ଜିଲ୍ଲା ସଭାପତି ଉମାକାନ୍ତ ସାହୁ, ସଂପାଦକ ପ୍ରଦୀପ ସାହୁ, ନଗର ସଭାପତି ରେବତିକାନ୍ତ ସାହୁଙ୍କ ତତ୍ତ୍ୱାବଧନରେ ଶାନ୍ତିପଡା ଦୁର୍ଗା ମଣ୍ଡପ ସମ୍ମୁଖରେ ସମୟ ୯ ଘଣ୍ଟା ରୁ ୧୧ ଘଣ୍ଟା ପର୍ଯ୍ୟନ୍ତ ବ୍ୟବହାର ଉପଯୋଗୀ ବସ୍ତ୍ର ଓ ଥଣ୍ଡା ପାନୀୟ ଜଳ ବଣ୍ଟନ କରାଯାଇଅଛି । ଏହି ଅବସରରେ ବିଭିନ୍ନ ବର୍ଗର ମହିଳା, ବାଳକ, ବାଳିକା, ପୁରୁଷ ଯୋଗଦାନ କରି ନିଜ ନିଜ ମନ ପସନ୍ଦର ପୋଷାକ ବାଛି କରି ନେଇଥିଲେ ଏବଂ ତୈଳିକ ସମାଜର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜର ସାଂଗଠାନିକ ସମ୍ପାଦକ ବିକାଶ ସାହୁ, ରାଜ୍ୟ ଯୁବ ସମ୍ପାଦକ ଫିରୋଜ ସାହୁ, କୋଷାଧ୍ୟକ୍ଷ ମହେନ୍ଦ୍ର ସାହୁ, ଜଙ୍କିଟ ସାହୁ, ଗୋବିନ୍ଦ ସାହୁ, କୃଷ୍ଣ ସାହୁ, ଧ୍ରୁବ ସାହୁ, ନସିଂ ସାହୁ ଏବଂ ସମାଜସେବୀ ନରେନ୍ଦ୍ର ବେହେରା, ସଞ୍ଜୟ ପାଣିଗ୍ରାହୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.