pakka

ବଲାଙ୍ଗିର ସିଭିଲ କୋର୍ଟର ବରିଷ୍ଠ ଟାଇପିଷ୍ଟ ଶିବରାମ ପଣ୍ଡାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସିଭିଲ କୋର୍ଟର ବରିଷ୍ଠ ଟାଇପିଷ୍ଟ ଶିବରାମ ପଣ୍ଡାଙ୍କ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଥିବା ପରିପ୍ରେକ୍ଷୀରେ ବିଚାର ବିଭାଗୀୟ ସଂଘ ତରଫରୁ ସଭାପତି ପ୍ରକାଶ କୁମାର ନେପାକଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ବଲାଙ୍ଗିର ଜିଲ୍ଲା ଜଜ୍‌ ଲୋକନାଥ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶ୍ରୀ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ ସଭାରେ ସମସ୍ତ ବିଚାର ବିଭାଗୀୟ ଅଧିକାରୀ ତଥା କର୍ମଚାରୀ ଯୋଗଦାନ କରିଥିଲେ । ଏହି ସଭାକୁ ବରିଷ୍ଠ କର୍ମଚାରୀ ଦୂତିଆ ଦେହୁରୀ ସଂଯୋଜନା କରିଥିଲେ ଏବଂ ଜିଲ୍ଲା କୋର୍ଟ ସିରସ୍ତାଦର ରାଜେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ଜଜ୍‌ ଶ୍ରୀ ମହାପାତ୍ର ଉଦ୍‌ବୋଧନ ଦେଇ ସମସ୍ତ କର୍ମଚାରୀଙ୍କୁ ଶୃଙ୍ଖଳିତ କାର୍ଯ୍ୟଦକ୍ଷତା ପ୍ରତିପାଦନ କରିବାକୁ ପରାମର୍ଶ ଦେଇଥିଲେ । ସିଭିଲକୋର୍ଟ ରେଜିଷ୍ଟ୍ରାର ଅମିତ ବାରିକ ଶ୍ରୀ ପଣ୍ଡାଙ୍କ ଅବସର ଗ୍ରହଣର ପରବର୍ତ୍ତୀ ଜୀବନ ସୁଖମୟ ହେବାର ଶୁଭକାମନା କରିଥିଲେ । ସଭା କାର୍ଯ୍ୟକୁ ସମ୍ପାଦକ ଆଶିଷ ଥନାପତି, କୋଷାଧ୍ୟକ୍ଷ ଆକାଶ ତ୍ରିପାଠୀ, ଉପସଭାପତି ଲକ୍ଷ୍ମୀ ସିଂ, ଯୁଗ୍ମ ସଂପାଦକ ଶ୍ରଦ୍ଧାଞ୍ଜଳି ମେହେର ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.

seventeen + 10 =