pakka

ଇସ୍ପାତ କଳା ପରିଷଦର ୪୪ତମ ବାର୍ଷିକୋତ୍ସବ ସଂପନ୍ନ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଇସ୍ପାତ କଳା ପରିଷଦର ୪୪ତମ ବାର୍ଷିକୋତ୍ସବ ସଂପନ୍ନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନ ସେକ୍ଟର ୨୦ସ୍ଥିତ ରାଉରକେଲା କ୍ଲବଠାରେ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ହୀରାଲାଲ ମହାପାତ୍ରଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ପ୍ରକାଶ କୁମାର ରାଉଳଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ଲାସିକାଲ, ନନ କ୍ଲାସିକାଲ, ଡୁଏଟ ଓ ଗୃପ ଡ୍ୟାନ୍ସ ପ୍ରତିଯୋଗିତା କରାଯାଇଥିଲା । ସବ ଜୁନିଅର, ଜୁନିଅର ଓ ସିନିୟର ବିଭାଗରେ ବହୁ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ଏହି ପ୍ରତିଯୋଗିତା ଗୁଡିକର ବିଚାରକ ଦାୟିତ୍ୱ ତୁଲାଇଥିଲେ ଚିନ୍ମୟ ବେହେରା, ସ୍ବାତୀ ମିଶ୍ର, ସନ୍ଦିପ ରଥ, ସନ୍ତୋଷ ଦଳେଇ ଓ ସୋନାଲୀ ବିଶ୍ବାଳ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ମୀନକେତନ ରାଉତ, ବସନ୍ତ କୁମାର ସ୍ବାଇଁ, ଉପସଭାପତି ଚନ୍ଦ୍ରଶେଖର ଶତପଥୀ, କଳ୍ପନା ଶତପଥୀ, ମମତା ନାୟକ, କୋମଳରାଣୀ ସୂତାର, ଦେବୀପ୍ରସାଦ ସ୍ବାଇଁ, ପ୍ରବୀଣ ସାମଲ, କୁନାଳ ସୂତାର, ଆୟୁଶି ରାଉଳ, ଶ୍ରଦ୍ଧା ମହାନ୍ତି, ବିଶ୍ବବନ୍ଦିତା ଦାସ ପ୍ରମୁଖ ସହଯୋଗ କରିଥିଲେ । ଦ୍ୱିତୀୟ ଦିନ ସିଭିକ ସେଣ୍ଟରଠାରେ ଅନିଲ ମଲ୍ଲିକ ଓ ସୁଶ୍ରୀ ସଂଗୀତାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇଜିଏଚ୍‌ର ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡାକ୍ତର ବି.କେ. ହୋତା, ସମ୍ମାନିତ ଅତିଥି ଭାବେ ସମାଜସେବୀ କମଲ ଅଗ୍ରୱାଲ, ଆରଏସପି ଅଫିସର ଆସୋସିଏସନ୍‌ର ସଭାପତି ଅନିକେତ ଚନ୍ଦ୍ର, ଡାକ୍ତର ଆର.ସି.ମେହେର ଓ ଡଃ ଘନଶ୍ୟାମ ପଟ୍ଟନାୟକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଅନୁଷ୍ଠାନର ସାଂସ୍କୃତିକ କାର୍ଯ୍ୟକ୍ରମ ଜନସାଧାରଣଙ୍କୁ ଆନନ୍ଦ ଯୋଗାଉଥିବାରୁ ଖୁସି ବ୍ୟକ୍ତ କରିଥିଲେ । ଏହି ଅବସରରେ ଭାସ୍କର ପୁହାଣଙ୍କୁ ଗୁରୁ କାଶୀନାଥ ରାଉଳ ସାରସ୍ୱତ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପତି ଶ୍ରୀ ମହାପାତ୍ର ସଭାପତିତ୍ୱ ଅଭିଭାଷଣ ସହ କାର୍ଯ୍ୟକ୍ରମର ସଫଳତା ପାଇଁ ଅଭିଭାବକ ଓ ଛାତ୍ର ଛାତ୍ରୀମାନଙ୍କୁ ଦେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଶିବ ପଞ୍ଚମ, ଓଡିଶୀ, ଅର୍ଦ୍ଧେକ ନାରୀଶ୍ବର, ଗରବା ଓ ମାତୃଭୂମି ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଅବସରରେ ଅତିଥିମାନେ ପ୍ରଥମଦିନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ଓ ବିଚାରକ ମଣ୍ଡଳୀଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମୀନ ରାଉତ, ବସନ୍ତ ସ୍ବାଇଁ ଓ ଅନୁଷ୍ଠାନର କର୍ମକର୍ତ୍ତାଗଣ ସହଯୋଗ କରିଥିବା ବେଳେ ସଂପାଦକ ଶ୍ରୀ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

fifteen − thirteen =