pakka

ପ୍ରଗତିକଳା କେନ୍ଦ୍ରର ଷଷ୍ଠ ବାର୍ଷିକୀ ଉତ୍ସବ

bbehera

• ଗଞ୍ଜାମ ଜିଲ୍ଲାର ଲୋକକଳା ଓ ପଲ୍ଲୀ ସଂସ୍କୃତିକୁ ଲୋକାଭିମୁଖୀ କରିବା ପ୍ରୟାସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ପ୍ରତିଷ୍ଠିତ ଓଡିଶୀ, ଶାସ୍ତ୍ରୀୟ ନୃତ୍ୟ କଳାକାର ସୁଧାଂଶୁ ଶେଖର ଶତପଥୀଙ୍କ ଉଦ୍ୟମରେ ଗଢ଼ି ଉଠିଥିବା ପ୍ରଗତି କଳା କେନ୍ଦ୍ରର ଷଷ୍ଠତମ ବାର୍ଷିକୀ ମହୋତ୍ସବ ରବିବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି । ଲୋକକଳା, ଲୋକସଂସ୍କୃତି, ଓଡିଶୀନୃତ୍ୟ ଓ ଶାସ୍ତ୍ରୀୟ ନୃତ୍ୟ, ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ଵାରା ଆଧୁନିକ କ୍ଲାସିକ ପ୍ରଭୁତି କଳା ବର୍ଣ୍ଣାଢ଼୍ୟ ମଞ୍ଚରେ ପରିବେଷଣ ହୋଇଥିବା ବେଳେ ବହୁପୁରୁଖା ମଞ୍ଚ କଳାକାର, ନିର୍ଦ୍ଦେଶକ, ଗୁରୁଙ୍କୁ ଉପଢୌକନ ଦେଇ ମାନପତ୍ର ସହ ଗଞ୍ଜାମ ଗୌରବ-୨୦୨୨ରେ ସମ୍ମାନୀତ କରାଯାଇଛି । ଗ୍ଲୋବାଲ-ଆଇକନ୍ ଓଡିଶୀ ଶାସ୍ତ୍ରୀୟ ନୃତ୍ୟଗୁରୁ ଶାଶ୍ୱତ ଯୋଶୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଗଞ୍ଜାମ ଜିଲ୍ଲାର ପ୍ରାଚୀନ କଳା ସଂସ୍କୃତିର ପରମ୍ପରା ଓ ଐତିହ୍ୟର ମାଧୂର୍ଯ୍ୟ ଦେଶ ବିଦେଶରେ ମହତ୍ତ୍ୱ ଓ ଗାରିମା ବଜାୟ ରଖି ଆସିଛି ବୋଲି ବର୍ଣ୍ଣନା କରିବା ସାଂଗକୁ ଗଞ୍ଜାମ ଲୋକ ସଂସ୍କୃତିକୁ ଅତ୍ୟନ୍ତ ପ୍ରସଂଶା କରିଥିଲେ । ୧୦୩ବର୍ଷ ବୟସରେ ପଦାର୍ପଣ କରିଥିବା
ଗଞ୍ଜାମ ଜିଲ୍ଲାର ବରିଷ୍ଠ କଳାକାର ପ୍ରହଲ୍ଲାଦ ନାଟକର ଗୁରୁ ଅର୍ଜୁନ ଅଧିକାରୀ, ଚଳଚ୍ଚିତ୍ର ନିର୍ଦ୍ଦେଶକ କ୍ରିଷ୍ଣା ସାହୁ ପ୍ରମୁଖ ଗଞ୍ଜାମ ମାଟିର ଅନେକ ଦୁସ୍ଥକଳାକାରଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଛତ୍ରପୁର ପୌର ଅଧାକ୍ଷା ଶର୍ମିଷ୍ଠା ପ୍ରଧାନ, ପୌର ଉପାଧକ୍ଷ ଜି.ପାପାରାଓ, ରାଜ୍ୟ ଗ୍ରନ୍ଥାଗାର ଅଧିକାରୀ ଅମୀୟକୁମାର ଧଳ, ସମାଜସେବୀ କେ.ଚନ୍ଦ୍ରଶେଖର ରେଡ୍ଡୀ, ବଚପନ ପ୍ଲେ-ସ୍କୁଲର ନିର୍ଦ୍ଦେଶିକା ସଂଗୀତା ଶର୍ମା ପ୍ରମୁଖ ମଞ୍ଚାସୀନ ଥିଲେ । ମଞ୍ଚରେ ଗୁରୁ ଓ ଶିଷ୍ୟର ମହତ୍ତ୍ୱକୁ ପ୍ରତିପାଦନ କରାଯାଇଛି । ଅନୁଷ୍ଠାନର ସମ୍ପାଦକ ସୁଧାଂଶୁ ଶେଖର ଶତପଥୀ ଅନୁଷ୍ଠାନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିବା ବେଳେ ସଙ୍ଗଠିକା ସୁଶ୍ରୀ ଏମ୍.ରାଧାକୁମାରୀ ଧନ୍ୟବାଦ ଜ୍ଞାପନ କରିଥିଲେ ।

jay balangir
Leave A Reply

Your email address will not be published.

seven + fourteen =