csstore

ରାଉରକେଲା କଲେଜରେ ବାର୍ଷିକ ମହୋତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ, ରାଉରକେଲା ଏବଂ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲାର ବାର୍ଷିକ ନାଟ୍ୟ ମହୋତ୍ସବ କଲେଜ ନାଟ୍ୟ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡଃ. ରବୀନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ଉଦଘାଟନୀ ସଭାରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର-ଛାତ୍ରୀମାନଙ୍କୁ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବା ସହ ଏକ ସ୍ୱାବଲମ୍ବୀ, ସ୍ୱାଭିମାନୀ ରାଷ୍ଟ୍ର ଗଠନରେ ସହାୟକ ହେବାକୁ ପ୍ରେରିତ କରିଥିଲେ । କଲେଜର ଛାତ୍ର ସଂସଦ ସହ ଉପଦେଷ୍ଟା କରୁଣାକର ପାଟ୍ଟଶାଣୀଙ୍କର ସଂଯୋଜନାରେ ଆୟୋଜିତ ଏହି ସଭାରେ ସଂସଦର ଅନ୍ୟତମ ସହ ଉପଦେଷ୍ଟା ବନ୍ଦନା ସୋରେଙ୍ଗ ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ଛାତ୍ର ସଂସଦ ଉପଦେଷ୍ଟା ମନୋଜ କୁମାର ଦଳେଇ ଏବଂ ଉଚ୍ଚ ମାଧ୍ୟମିକ ସ୍ତରୀୟ ସାଂସ୍କୃତିକ ପରିଷଦର ଉପଦେଷ୍ଟା ଭାରତୀ ବରୁଆ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ । ଅନ୍ୟତମ ସହ ଉପଦେଷ୍ଟା ତରଣୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଅଧ୍ୟାପକ ଅଜିତ୍ ବେକ ମଞ୍ଚାସୀନ ଥିଲେ । ଛାତ୍ରୀ ଆରସୀ ସେନାପତି, କରିସ୍ମା ନାୟକ, ନିମୀଷା କେରକେଟା ଓ ସୁନନ୍ଦା ପାନା ସ୍ୱାଗତ ସଂଗୀତ ଗାନ କରିଥିଲେ । ୨୦୨୫ରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ଓଡ଼ିଆ ବିଭାଗର ଛାତ୍ର ସୌମ୍ୟରଞ୍ଜନ ମହାନ୍ତି ଶ୍ରେଷ୍ଠ ସ୍ନାତକ ଭାବରେ ଏବଂ ସମଗ୍ର +୨ରେ ଶ୍ରେଷ୍ଠ ଛାତ୍ରୀ ଭାବରେ ଦ୍ରଶନ ଫାତମା ଟ୍ରଫି ଓ ମାନପତ୍ର ସହ ମୁଖ୍ୟ ଅତିଥି ଶ୍ରୀ ତନ୍ତୀଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଥିଲେ । ଏତଦବ୍ୟତୀତ ସ୍ନାତକ ଶ୍ରେଣୀର ପ୍ରତ୍ୟେକ ବିଭାଗର ଶ୍ରେଷ୍ଠ ଛାତ୍ର-ଛାତ୍ରୀ ଏବଂ +୨ର ବାଣିଜ୍ୟ , ବିଜ୍ଞାନ ଓ କଳାରେ କୃତିତ୍ୱ ସହ ଉତ୍ତୀର୍ଣ୍ଣ ହୋଇଥିବା ଶ୍ରେଷ୍ଠ ଛାତ୍ର-ଛାତ୍ରୀ ମଧ୍ୟ ମାନପତ୍ର ଓ ଟ୍ରଫି ସହ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲେ । ଦ୍ୱିତୀୟ ପର୍ୟ୍ୟାୟରେ ପ୍ରାଧ୍ୟାପକ ରଶ୍ମି ରଞ୍ଜନ ରାଉତ ଓ ମୌସୁମୀ ଦାସଙ୍କ ପରିଚାଳନାରେ ଛାତ୍ର ସଂସଦ, ସାଂସ୍କୃତିକ ପରିଷଦ, ବାଳକ କମନ୍ ରୁମ୍, ବାଳିକା କମନ୍ ରୁମ୍ ପରିଷଦ, ଅଧ୍ତୟାପକ ମଞ୍ଚ ତରଫରୁ ଚଳିତ ବର୍ଷରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର-ଛାତ୍ରୀମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ତୃତୀୟ ପର୍ଯ୍ୟାୟର ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅଧ୍ୟାପିକା ପ୍ରିୟଙ୍କା ପଲାଇ, ରଂଜିତା ପାଣିଗ୍ରାହୀ, ସୁରଭି ଦାସ, ନନ୍ଦିନୀ ପ୍ରିୟଦର୍ଶିନୀ ଦାସ, ଶ୍ୱେତା ସାହୁ ଯାହା ଛାତ୍ର-ଛାତ୍ରୀମାନଙ୍କ ଖୁବ୍ ମନ ମୋହିଥିଲା । ଉତ୍ସବର ସଫଳତା ପାଇଁ ସହଯୋଗ କରିଥିଲେ ପ୍ରାଧ୍ୟାପିକା ରଶ୍ମିପ୍ରଭା ମାଥାନ, ରଂଜିତ ପ୍ରଧାନ, ଅନୁପ ଏକ୍କା, ଦୀପାଳି ପ୍ରଧାନ, ମୀନକେତନ ନାଏକ, ଏଲିଜା ଲୁଗୁନ, ରଚନା ମିଶ୍ର, ସୌମ୍ୟରଞ୍ଜନ ପ୍ରଧାନ, ସୁଶାନ୍ତ ପଟେଲ, ସୁଶାନ୍ତ ରଣା, ସନ୍ତୋଷ ରଜକ, ସୁମନ ଡୁଙ୍ଗଡୁଙ୍ଗ, ସିଦ୍ଧାର୍ଥ ସାହୁ, ଅରବିନ୍ଦ ପ୍ରଧାନ, ଶ୍ରଦ୍ଧାମୟୀ ସାହୁ, ପ୍ରତିମା ପାତ୍ର, ଦିବ୍ୟା ଦୀପ୍ତି ଷଡ଼ଙ୍ଗୀ, ଅଙ୍କିତା ପାଇକରାୟ, ଅଙ୍କିତା ସୁତାର, ଶ୍ୟାମା ରାଣୀ କର, ସ୍ୱସ୍ତି ଭାରତୀ ପରିଡ଼ା, ଝରଣା ପଟେଲ, ତୃପ୍ତି ରାଉତ, ପୁନମ୍ ଖଣ୍ଡେଲୱାଲ, ସାଗରିକା ନାୟକ ପ୍ରମୁଖ ଅଧ୍ୟାପକ-ଅଧ୍ୟାପିକା। ଗୌରବ ସାହୁ, ରାଜା ଖେସ, ବିକି ନାଗ, ଶ୍ରେୟା ବାଗ, ଅଜୟ କୁମାର ଯାଦବ, ଅନ୍ୱେଷା ନାୟକ, ଅନୁଶ୍ରୀ ରାଉତ, ସରସ୍ଵତୀ ମାଣିକପୁରୀ, ରେଖା ପ୍ରସାଦ, ରାଣୀ କୁମାରୀ ସାହୁ, ଦେବସ୍ମିତା ପଟ୍ଟନାୟକ, ସ୍ୱପ୍ନା ରାଣୀ ସାହୁ, ବିଜୟ କୁମାର ଯାଦବ ପ୍ରମୁଖ ସ୍ୱେଚ୍ଛାସେବୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.