pakka

ବରକାନୀରେ ରାମାୟଣ ପାରାୟଣ ସମାପ୍ତ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ପଞ୍ଚାୟତ ଅନ୍ତର୍ଗତ ବରକାନୀ ଗାଁରେ ରାମାୟଣ ପାରାୟଣର ୨୫ବର୍ଷ ପୂର୍ତ୍ତି ଅବସରରେ ୯ଦିନ ବ୍ୟାପୀ ତୁଳସୀ ରାମାୟଣ ପାରାୟଣ ଗତ ୨୭ତାରିଖରୁ ଆରମ୍ଭ ହୋଇ ଶୁକ୍ରବାର ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ୟାସ ଅଜିତ ଷଡ଼ଙ୍ଗୀ, କର୍ତ୍ତା ସୁରେଶ୍ଵର ମେହେର ଧର୍ମପତ୍ନୀ ବୃନ୍ଦାବତୀ ମେହେର, ପୂଜକ ଦ୍ୱାରୁ ତ୍ରିପାଠୀ କାର୍ଯ୍ୟ ତୁଲାଇଥିଲେ । ଏହି କାର୍ଯ୍ୟକ୍ରମରେ ୨୧ଜଣ ପୂର୍ବରୁ ପୁରାଣ ପାଠ କରିଥିବା ଗାୟକମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ପୂଜା କମିଟି ସଦସ୍ୟ ରମେଶ, କିଶୋର, ମହାଦେବ, ଶମ୍ଭୁ, ଦେବାର, ରାମଦାମ, ଜିବର୍ଧନ ଓ ଗଣ୍ଡାରାମ କପାଟ ସହଯୋଗ କରିଥିଲେ ।

Leave A Reply

Your email address will not be published.

three × 3 =