csstore

ବାରିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ : ସେଲୁନ୍‌ ଖୋଲିବା ପାଇଁ ସଇଁନ୍ତଲା ବାରିକ ସଂଘ ପକ୍ଷରୁ ଦାବୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରାକାରଙ୍କ ନିର୍ଦ୍ଦେଶ କ୍ରମେ କରୋନା ମହାମାରୀକୁ ନେଇ ଅନେକ ଲୋକଙ୍କ ଜୀବନ ଜୀବିକା ଠପଊ ହୋଇପଡିଥିବା ବେଳେ କିଛି ଟଙ୍କା ରୋଜଗାର କରି ପେଟ ପୋଷୁଥିବା ବାରିକ ମାନଙ୍କ ପାଇଁ ଏବେ ଆର୍ଥିକ ସଙ୍କଟ ଦେଖାଦେଉଥିବା ବେଳେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବାରିକ ସେଲୁନ ସଂଘ ପକ୍ଷରୁ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ସୂଚନା ଯୋଗ୍ୟ ଯେ, କରୋନା ମହାମାରୀକୁ ନେଇ ଗତ ମାର୍ଚ୍ଚ ୨୦୨୦ ମସିହାଠାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସଇଁନ୍ତଲା ବ୍ଲକର ସେଲୁନ ଏବଂ ପାର୍ଲର ମଧ୍ୟ ବନ୍ଦ ରହିଛି । ଯାହାକୁ ନେଇ ବାରିକ ସଂପ୍ରଦାୟର ଲୋକ ମାନେ ନିଜର ପରିବାର ପ୍ରତିପୋଷଣ ପାଇଁ ଅର୍ଥ ସାଜିଛି ବାଧକ । ଯାହା ଫଳରେ ସେଲୁନ ଖୋଲିବା ପାଇଁ ସଇଁନ୍ତଲା ବ୍ଲକ ବାରିକ ସଂଘର ସଭାପତି ଇଶ୍ୱର ଚନ୍ଦ୍ର ବାରିକଙ୍କ ନେତୃତ୍ୱରେ ଆଜି ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଦାବୀପତ୍ର ପ୍ରଦାନ ସମୟରେ ଉପସଭାପତି ଭକ୍ତବନ୍ଧୁ ପସାୟତ, ଦୀନବନ୍ଧୁ ପସାୟତ, ଶୋଭାକର ପସାୟତ, ପିତବାସ ପସାୟତ, ଭକ୍ତ ବାରିକ, ଘାସିରାମ ବାରିକ, ବି ବି ପସାୟତ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.