csstore

ବରତୁଣ୍ଡା ଗାଁରେ ମାଁ ଦ୍ୱାରସେନି କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଅଶୁର୍ଲାକୁ ପରାସ୍ତ କରି ବରତୁଣ୍ଡା ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ପଞ୍ଚାୟତ ବରତୁଣ୍ଡା ଗାଁରେ ମାଁ ଦ୍ୱାରସେନି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ତୃତୀୟ ଦିବସରେ ପହଞ୍ଚିଛି । ଆୟୋଜିତ ତୃତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କପିଲାଭଟା ପଞ୍ଚାୟତର ସମିତି ସଭ୍ୟ ମଧୁସୂଦନ ସାହୁ, ସମ୍ମାନିତ ଅତିଥି ଭାବେ ନିରାନନ୍ଦ ସାହୁ, ପ୍ରଶାନ୍ତ ଦାସ, ଉମା ଶଙ୍କର ରାଉତ, ନିର୍ମଳ ନାଗ, ଯୁବରାଜ ପୁଟେଲ, ପରମାନନ୍ଦ ପୁଟେଲ, ମିନିକେତନ ଭୋଇ, ବିଶମ୍ବର ରାଉତ, ଲିଖିରାମ ଭୋଇ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ତୃତୀୟ ଦିବସ ମ୍ୟାଚ୍‌ରେ ଅଶୁର୍ଲା ଓ ବରତୁଣ୍ଡା ଦଳ ମଧ୍ୟରେ ଖେଳ ହୋଇଥିବା ବେଳେ ଅଶୁର୍ଲା ଦଳକୁ ପରାସ୍ତ କରି ବରତୁଣ୍ଡା ଦଳ ବିଜୟୀ ହୋଇଛି । ନବୀନ ପୁଟେଲ ଓ ଅଙ୍କିତ ରାଉତ ଖେଳ ପରିଚାଳନା କରିଥିଲେ । ଆୟୋଜକ କମିଟିର ଆଶିଷ ଯାନୀ, ଅଙ୍କିତ ରାଉତ, ଯୋଗିନ ଭୋଇ, ମହେଶ୍ୱର ପୁଟେଲ, ଇନ୍ଦ୍ର ଭୋଇ, ଡୋଲେଶ୍ୱର ଭୋଇ, ମକରଧ୍ୱଜ ନାଗ, ପ୍ରତାପ ନାଗ ପ୍ରମୁଖ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.