ପାଠକ ବାପ-ପୁଅଙ୍କ ଆହୁରି ରହସ୍ୟ ଖୋଜିବାକୁ ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ଟିମ୍‌

ଭୁବନେଶ୍ୱର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଜେଲ୍‌ରେ ଥିବା ପାଠକ ବାପ-ପୁଅଙ୍କ ସମସ୍ୟା ଆହୁରି ବଢ଼ି ବଢ଼ି ଚାଲିଛି । ନିଜକୁ ଟାଟା ମୋଟର୍ସର ଏମ୍‌ଡି ରୂପେ ପରିଚୟ ଦେଇ ଆକାଶ ପାଠକ ଗଂଜାମ ଜିଲ୍ଲାର ବହୁ ଯୁବକ ଯୁବତୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିବା ବେଳେ ଏହାର ତଦନ୍ତ ପାଇଁ ବ୍ରହ୍ମପୁରରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ଜଣିଆ ଟିମ୍ । ଯେଉଁ ଯୁବକ ଯୁବତୀ ଠକେଇର ଶିକାର ହୋଇଛନ୍ତି, ସେମାନଙ୍କୁ କ୍ରାଇମବ୍ରାଞ୍ଚ ଟିମ୍‌ ଭେଟିବା ସହ ତଥ୍ୟ ସଂଗ୍ରହ କରିବ ବୋଲି ସୂଚନାରୁ ଜଣାପଡ଼ିଛି ।

Leave A Reply

Your email address will not be published.