oom

ଲାୟନ୍ସ କ୍ଲବ ପକ୍ଷରୁ କୁଷ୍ଠାଶ୍ରମଠାରେ କମ୍ବଳ, ମାକ୍ସ ଓ ସାନିଟାଇଜର ବଣ୍ଟନ

jsmm

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଲାୟନ୍ସ କ୍ଲବ ପକ୍ଷରୁ ଆଜି ବରଗଡ ଜିଲ୍ଲା ଅନ୍ତର୍ଗତ ଅତାବିରା ବ୍ଳକ ଅଧୀନସ୍ଥ ଝାଇଯୋର କୁଷ୍ଠାଶ୍ରମଠାରେ ଅନୁଷ୍ଠାନ ପକ୍ଷରୁ ୨୩ ଖଣ୍ଡ କମ୍ବଳ, ମାକ୍ସ, ସାନିଟାଇଜର ବଣ୍ଟନ କରାଯାଇଥିଲା ଏହି କାର୍ୟ୍ୟକ୍ରମରେ ଅନୁଷ୍ଠାନର ମହିଳା ସମାଜସେବୀ ଜୟନ୍ତୀ ବେହେରା, ସମାଜ ସେବୀ ଡାକ୍ତର ପ୍ରବୀଣ ଅଗ୍ରୱାଲ, ସମାଜସେବୀ ମୈସମ ମିଶ୍ର ଓ ଲାୟନ୍ସ କ୍ଲବର ସକ୍ରିୟ ସହଯୋଗୀ ମାନେ ସହଯୋଗ କରିଥିଲେ ଏହି କାର୍ୟ୍ୟକ୍ରମରେ ଜନ କଲ୍ୟାଣ ସେବା ଟ୍ରଷ୍ଟର ସଭାପତି ମୁକୁନ୍ଦ ଦାଶ କାର୍ୟକ୍ରମକୁ ପରିଚାଳନା କରିଥିଲେ । ଏହା ସହିତ ଆଗାମୀ ଦିନରେ ଉକ୍ତ କଲୋନୀରେ ଅନେକ ଗୁଡ଼ିଏ ସାମାଜିକ କାର୍ୟ୍ୟକ୍ରମ କରାଯିବ ଓ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।

jittmm
Leave A Reply

Your email address will not be published.