କୁଲୁତା ସମାଜ ବଲାଙ୍ଗିର ଦ୍ୱାରା ଦହିପାଣି ବଣ୍ଟନ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଘଣ୍ଟା ଘର ଛକରେ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ କୁଲୁତା ସମାଜ, ବଲାଙ୍ଗିର ଦ୍ୱାରା ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ପବିତ୍ର ଶିତଳ ଷଷ୍ଠୀର ଭସାଣି ଯାତ୍ରା ଉପଲକ୍ଷେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ସମାଜର ସଭାପତି ଶଙ୍କର୍ଷଣ ପଧାନ ଓ ସଂପାଦକ ଶାନ୍ତନୁ କୁମାର ଭୋଇ ଉଦ୍‌ଘାଟନ କରିଥିଲେ ଓ ପ୍ରତ୍ୟେକ୍ଷ ଭାବରେ ଉପଦେଷ୍ଠା ରାହାସ ବିହାରୀ ମାଝି, ସୁରଥ ପଧାନ, ଉପ-ସଭାପତି ରାଜେନ୍ଦ୍ର ପ୍ରସାଦ ସାହୁ, ସଂଗିତା ମାଝି, କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରହଲ୍ଲାଦ ଭୋଇ, ରାମଚନ୍ଦ୍ର ଭୋଇ, ଯୁବ ସଭାପତି ରବିନ୍ଦ୍ର କୁମାର ପଧାନ, ଯୁବ ସାମୁଖ୍ୟର ସୁଦର୍ଶନ ସାହୁ, ରୁପକ ପଧାନ, ସଂଜିବ ସାମଲ, ରହିମ ରଞ୍ଜନ ସାହୁ, ଜିତୁଲାଲ ସାହୁ, ଲିପିରାଣି ସାହୁ ଓ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସଭାପତି ରବିନ୍ଦ୍ର କୁମାର ପଧାନ, ଗୋବର୍ଦ୍ଧନ ପଧାନ, ରିଙ୍କୁ ଭୋଇ, ସାନ୍ତନୁ କୁମାର ପାତ୍ର, ଶ୍ରିନିବାସ ସାହୁ, ବିଦେଶି ପଧାନ ତଥା କୁନି ଝିଅ ପ୍ରତ୍ୟାଶା ଭୋଇ ଶ୍ରଦ୍ଧାଳୁମାନଙ୍କୁ ଦହିପାଣି ବଣ୍ଟନ କରି ସମାଜକୁ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ଶ୍ରୀମନ୍ତ ଗଡତ୍ୟା, ସରୋଜ ପଧାନ, ପ୍ରଦୀପ କୁମାର ସା, ସଂଜୟ ସାହୁ, ପ୍ରଦୀପ ପଧାନ, ପ୍ରମୋଦ ପଧାନ ସହଯୋଗ କରିଥିଲେ । କୁଲୁତା ସମାଜ ଦିର୍ଘ ଆଠ ବର୍ଷ ହେଲା ଏହି ପବିତ୍ର ଶିତଳ ଷଷ୍ଠୀ ଅବସରରେ ଦହିପାଣି ବଣ୍ଟନ କରି ଶ୍ରଦ୍ଧାଳୁମାନଙ୍କୁ ସେବା କରି ନିଜକୁ ଧନ୍ୟ ମନେ କରୁଅଛି ।

Leave A Reply

Your email address will not be published.