csstore

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ ଝିଅର ବଂଶଧରଙ୍କୁ ଲଣ୍ଡା ହେବାକୁ ପଡୁଛି । ଆଜିର ସମୟରେ ବି ଏଭଳି ଏକ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଏହି ଘଟଣା ହେଉଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଗୋରଖପୁର ପଞ୍ଚାୟତର ବାଇଗଣଗୁଡା ଗ୍ରାମରେ । ଜାତିରେ ମିଶିବା ପାଇଁ ପରିବାର ଲୋକଙ୍କୁ ଏକଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । ଜାତିରେ ନ ମିଶିଲେ ବନ୍ଧୁବାନ୍ଧବ, ସାହି ପଡିଶା କେହି ହେଲେ ଝିଅର ବଂଶଧରଙ୍କ ଘରେ ପାଣି ଅନ୍ନ ସେବନ କରନ୍ତି ନାହିଁ । ନିଜ ଜାତି ଠାରୁ ତଳ ଜାତିର ପୁଅଝିଅ ପ୍ରେମ ବିବାହ କଲେ, ଆଦିବାସୀ ଜାତି ଠାରୁ ଦୂରେଇ ଦିଆଯିବ ବୋଲି ପ୍ରଥା ରହିଥିବାରୁ ପରିବାର ଲୋକଙ୍କ ପକ୍ଷରୁ ଜାତିରେ ମିଶିବା ପାଇଁ ଛେଳି, ମେଣ୍ଡା, କୁକୁଡ଼ା, ପାରା, ଘୁଷୁରୀ ଦେଇ ନଦୀକୂଳ ଗଛ ମୂଳରେ ଯାନୀ, ଦିସାରୀ ଓ ମଣ୍ଡଳ ନାଏକଙ୍କୁ ପୂଜା କରିବାକୁ ପଡିଥାଏ । ତଳ ଜାତିରେ ବିବାହ କରିଥିବା ପରିବାର ଲୋକଙ୍କୁ ପୁଅ ବା ଝିଅର ମୃତ୍ୟୁ ଘଟିଥିବା ଭଳି ଦଶାହ କାର୍ଯ୍ୟ କରିବାକୁ ହୁଏ । ଏହି ପରି ପୂଜାପାଠ କଲେ ହିଁ ସେହି ତଳ ଜାତିରେ ବିବାହ କରିଥିବା ବଂଶଧରଙ୍କ ଘରେ ପାଣି ଖାଦ୍ୟ ସାହି ପଡିଶା, ବନ୍ଧୁବାନ୍ଧବ ଗ୍ରହଣ କରିଥାନ୍ତି ବୋଲି କୁହାଯାଇଛଇ ।

jayashree
Leave A Reply

Your email address will not be published.