csstore

ମହୁଲପାଲିଠାରେ ଜ୍ୟେଷ୍ଠ ପୂର୍ଣିମାରେ ଅଙ୍ଗ ଆଳତୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦିକାଳରୁ ପ୍ରକୃତି, ନଦନଦୀ, ବୃକ୍ଷଳତାକୁ ଉପାସନା କରିବାର ଧାରା ରହି ଆସିଛି । ପଦ୍ମପୁରର ଜୀବନ ଧାରା ବୋଲାଉଥିବା ଅଙ୍ଗ ନଦୀରେ ଆଜି ବୁଧବାର ଜ୍ୟେଷ୍ଠ ପୂର୍ଣିମା ଅବସରରେ ସନ୍ଧ୍ୟା ୭ ଘଣ୍ଟା ସମୟରେ ଐତିହାସିକ ୧୦ମ ଅଙ୍ଗ ଆଳତୀ କରାଯାଇଅଛି । ଦିବ୍ୟଜ୍ୟୋତି ନୃସିଂହ ପଞ୍ଜିକାର ଗଣନାକାର ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ ଜ୍ୟୋତିଷ ପ୍ରବୀଣଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମହୁଲପାଲି ସ୍ଥିତ ଶିବ ମନ୍ଦିର ଘାଟରେ ଅଙ୍ଗ ଆଳତି ଅନୁଷ୍ଠିତ ହୋଇଛି । ମୁଖ୍ୟକର୍ତ୍ତା ଭାବରେ ଫକୀର ରଣା ସହଧର୍ମିଣୀ ସୀମା ରଣା କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ଏହି ଆଳତୀ ସମୟରେ ଘଣ୍ଟ, ଶଙ୍ଖ ଓ ବ୍ରାହ୍ମଣମାନଙ୍କ ଦ୍ୱାରା ବୈଦିକ ମନ୍ତ୍ରପାଠ ସମଗ୍ର ପରିବେଶକୁ ମୁଖରିତ କରିଥିଲା । ଏହି ଅବସରରେ ପଣ୍ଡିତ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ପଣ୍ଡିତ ଖଗେଶ୍ୱର ତ୍ରିପାଠୀ, ପଣ୍ଡିତ ଆନନ୍ଦ ମିଶ୍ର, ଅନିଲ ପଣ୍ଡା, ବାବୁଲ ପଣ୍ଡା, ନରେନ୍ଦ୍ର ମହାପାତ୍ର, ଭବାନୀ ଶଙ୍କର ମହାପାତ୍ର, ଦୁଷ୍ମନ୍ତ (କୁଶ) ସାହୁ, ମଣ୍ଟୁ ଦାସ,  ଡ଼. ପ୍ରଣବ ସାହୁ, ତୁଳରାମ ସାହୁ, ଦେବାଧି ମେହେର, ଟୁନା ସାହୁ, ପ୍ରଶାନ୍ତ ସାହୁ,  ପଞ୍ଚମ ସାହୁ, ଅକ୍ଷୟ ଦାଶ, ପ୍ରତାପ ନାଥ, ନାରାୟଣ ପଣ୍ଡା, ସନ୍ତୋଷ କୁମାର ପଣ୍ଡା, ଦୀପକ ଭୋଇ, ସମୀର ଦୋରା, ବାବୁଲାଲ ସାହୁ ଓ ମହୁଲପାଲି ଗ୍ରାମର ମାତୃ ମଣ୍ଡଲି ଉପସ୍ଥିତ ରହି ଆଳତି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ପରିଶେଷରେ ଭକ୍ତମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।

jayashree
Leave A Reply

Your email address will not be published.