csstore

ପାଟଣାଗଡ଼ ପ୍ରେସ କ୍ଲବ ଦ୍ଵାରା ବାର୍ଷିକ ଉତ୍ସବ ପାଳନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ପ୍ରେସ କ୍ଲବର ବାର୍ଷିକ ସାଧାରଣ ପରିଷଦ ସଭା ପାଟଣାଗଡ ସ୍ଥିତ ରାମପୁର ରାଧାମାଧବ ସ୍ୱାମୀ ଫାର୍ମ ହାଉସ ଠାରେ ସଭାପତି ଅଜିତ ପୁରୋହିତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଭାପତି ଭାବରେ ଅଜିତ କୁମାର ପୁରୋହିତ କାର୍ଯ୍ୟ ତୁଳାଇ ଥିବାବେଳେ ନୂତନ ଭାବରେ ଯୁବ ସାମ୍ବାଦିକ ଭୋଜରାଜ ଦଣ୍ଡସେନାଙ୍କୁ ସମସ୍ତ ସଭ୍ୟଙ୍କ ଅନୁମତିରେ ସମ୍ପାଦକ ଭାବେ ମନୋନୀତ କରାଯାଇଛି । ଉପ ସଭାପତି ଭାବେ ପୂର୍ଣ୍ଣଶଶୀ ଶେଖର ରାଓ, ଜପିନ୍ଦ୍ର ସୁନା, ଅଜିତ୍ ମିଶ୍ରଙ୍କୁ ଦାୟିତ୍ଵ ଦିଆଯାଇଥିବା ବେଳେ କୋଷାଧ୍ୟକ୍ଷ ଭାବରେ ଦୀପକ ଖମାରୀଙ୍କୁ ଚୟନ କରାଯାଇଛି । ଏହି ବୈଠକରେ ନୂତନ ଭାବରେ ସୁଶୀଲ କୁମାର ବେହେରା, ଉମେଶ ଦଣ୍ଡସେନା, ଡୋଲେଶ୍ୱର ମେହେର, ଲିଙ୍ଗରାଜ ପୋଡ଼ଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା ଜଣାଇ ସାମିଲ କରିବା ସହ କାର୍ଯ୍ୟକ୍ରମକୁ ଆଗେଇ ନିଆଯାଇଥିଲା । ପରେ ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯାଇଥିଲା । ବତ୍‌ର୍ତ୍ତମାନ ଯୁଗରେ ଅନ୍ୟାୟ, ଅତ୍ୟାଚାର ଏବଂ ଦୁର୍ନୀତି ବିରୁଦ୍ଧରେ ଚତୁର୍ଥ ସ୍ତମ୍ଭର ଗଣମାଧ୍ୟମ ସାମ୍ବାଦିକମାନେ ଦିନରାତି ପରିଶ୍ରମ କରି ଖବର ସଂଗ୍ରହ ଏବଂ ପରିବେଷଣକୁ ନେଇ ଆକ୍ରମଣ ଉପରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ପ୍ରେସ କ୍ଲବ ତରଫରୁ ଚକ୍ଷୁ ପରୀକ୍ଷା, ହେଲଥ କ୍ୟାମ୍ପ ଇତ୍ୟାଦି ସମାଜସେବା କାମ କରିବାକୁ ସମସ୍ତ ସଦସ୍ୟମାନେ ମତାମତ ଦେଇଥିଲେ । ଆଇନ ଉପଦେଷ୍ଟା ଭାବେ ଡିଙ୍ଗର କୁମ୍ଭାରଙ୍କୁ ସାମିଲ କରିଥିବା ବେଳେ ଆଇନ ପରାମର୍ଶଦାତା ଭାବେ ପଙ୍କଜ ଆର୍‌ ପଢିଆରୀ, ସୌମେନ୍ଦ୍ର ପରିଛା, ବାସୁଦେବ ପାଢ଼ୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ଅଭିନାଶ ବିଶ୍ଵାଲ, ଭୋଜରାଜ ଦଣ୍ଡସେନା, ପୂର୍ଣ୍ଣଶଶୀ ଶେଖର ରାଓ, ଉମେଶ ଦଣ୍ଡସେନା, ସୁଶୀଲ କୁମାର ବେହେରା, ଶତ୍ରୁଘନ ନାଏକ, ରୁପେନ୍ଦ୍ର ମୁଣ୍ଡା, ଶିରୀଶ ଖମାରୀ, ପଲସି ବରିହା, ସନ୍ତୋଷ ପୁଟେଲ, ବିଭୁତି ଭୂଷଣ ବଡୁ, ପ୍ରଦୀପ ପୁରୋହିତଙ୍କ ସମେତ ୩୦ ଜଣ ସାମ୍ବାଦିକ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.