oom

କଣ୍ଟାମାଳ କଲେଜ ଯୁକ୍ତଦୁଇ ୨୦୦୫ ବ୍ୟାଚର ବନ୍ଧୁ ମିଳନ

jsmm

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଟିକ୍ରାପଡା ତେଲନଦୀ ଘାଟରେ କଣ୍ଟାମାଳ ପଞ୍ଚାୟତ କଲେଜ ଯୁକ୍ତଦୁଇ ୨୦୦୫ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ପୁରାତନ ଛାତ୍ର ହରିପ୍ରସାଦ ସାହୁଙ୍କ ନେତୃତ୍ତ୍ବ ଓ ବିଶ୍ବଜିତ ବରାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବନ୍ଧୁମିଳନ ସଭାରେ ଛାତ୍ରଜୀବନର ଅନୁଭୂତି ଏବଂ ବର୍ତ୍ତମାନର ଜୀବନଶୈଳୀ ଉପରେ ଆଲୋଚନା କରାଯିବା ସହ ଛାତ୍ର ଜୀବନର ସ୍ମୃତି ତଥା ଭାଇଚାରାର ସଂପର୍କ ବଞ୍ଚାଇ ରଖିବା ପାଇଁ ପ୍ରତିବର୍ଷ ଜାନୁଆରୀ ମାସରେ ବନ୍ଧୁମିଳନ ଉତ୍ସବ ଆୟୋଜନ କରିବା ନେଇ ଆଲୋଚନା କରାଯାଇଥିଲା । ପୁରାତନ ଛାତ୍ର ଦେବେନ୍ଦ୍ରନାଥ ସାହୁ ସଭାପତିତ୍ତ୍ବ କରିଥିଲେ । ଦେବାଶିଷ ଦାଶ ସଭା ପରିଚାଳନା ଏବଂ ବଂଶୀଧର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଭକ୍ତ ସାହୁ, ଶତୃଘନ ରଣା, ଅନିଳ ଶର୍ମା, ଈଶ୍ବର ଚାଉଳିଆ, ରାଜାକାନ୍ତ ପାତ୍ର, ଇନ୍ଦ୍ରଜିତ ପ୍ରଧାନ, ପ୍ରକାଶ ରାଉତ, ମନୋଜ ରଣା, ରବିନ୍ଦ୍ର ରଣା, ପ୍ରଭାସ କୁମାର ମିଶ୍ର, ଭବାନି ମିଶ୍ର, ବିଶ୍ବଜିତ ହରିପାଲ, ଶିବଶଙ୍କର କାଲସେ, ଜିତେନ୍ଦ୍ର ଖଟୁଆ, ସୁଶାନ୍ତ ଜାନି, ପ୍ରହଲ୍ଲାଦ ପ୍ରଧାନ, ଆଲୋକ ଗୁରୁ, ଗୋପୀନାଥ ସାହୁ, ସଦାନନ୍ଦ ସାହୁ, ରିଙ୍କୁ ପାଣିଗ୍ରାହୀ, ପ୍ରଶାନ୍ତ ବାରିକ, ବାପି ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.