pakka

ମ.ରାମପୁର ପ୍ରେସ କ୍ଲବର ବନ୍ଧୁ ମିଳନ

bbehera

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଳା ମ.ରାମପୁର ପ୍ରେସ୍ କ୍ଲବର ବନ୍ଧୁ ମିଳନ ମସ୍କାଦାଣ୍ଡି ନିକଟ ଶାନ୍ତିବନଠାରେ କ୍ଲବର ସଭାପତି ପ୍ରଶାନ୍ତ ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂପାଦକ ହେମନ୍ତ ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ମେଧାବୀ ଛାତ୍ର ଶକ୍ତି ପ୍ରସାଦ ଶତପଥୀଙ୍କ ପରଲୋକରେ ତାଙ୍କରି ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିଥି ଭାବରେ କେସିଙ୍ଗାର ବରିଷ୍ଠ ସାମ୍ବାଦିକ ଗଜିନ୍ଦ୍ର ସାହୁ ଏବଂ ପୂର୍ବତନ ସରପଂଚ ତଥା ଜିଲ୍ଲା କଂଗ୍ରେସର ସାଧାରଣ ସଂପାଦକ ବିଭୂତି ଭୂଷଣ ମହାଖୁଡ଼ ଯୋଗଦେଇ ଗଣମାଧ୍ୟମ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ସକରାତ୍ମକ ଦିଗ ଉପରେ ଆଲୋକପାତ କରିଥିଲେ । ବରିଷ୍ଠ ସଦସ୍ୟ କିଶୋର କୁମାର ନାଏକ, ସଂଘର ଉପସଭାପତି ପ୍ରଦୀପ କୁମାର ସାହୁ, କୋଷାଧ୍ୟକ୍ଷ ପରମାନନ୍ଦ ବିଶି, ସନ୍ତୋଷ ଦଣ୍ଡସେନା, ଜଗତ ସାହୁ, ପୟଧର ସାହୁ, ରାମେଶ୍ୱର ପ୍ରସାଦ ସାହୁ, ପ୍ରଶାନ୍ତ ସାହୁ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । ନୂତନ କର୍ମକର୍ତ୍ତା ନିର୍ବାଚନ ସମୟରେ ବରିଷ୍ଠ ସାମ୍ବାଦିକ ଶ୍ରୀ ନାଏକ, ପୂର୍ବ କମିଟି ପୁଣିଥରେ ଆଉ ଏକ ବର୍ଷ ପାଇଁ ଦାୟିତ୍ୱ ନିର୍ବାହ କରିବାକୁ ପ୍ରସ୍ତାବ ଆଣିବା ପରେ ଅନ୍ୟ ସଦସ୍ୟମାନେ ସମର୍ଥନ କରିଥିଲେ । ଏହି ଅବସରରେ ଆଗାମୀ ଦିନରେ ବିଭିନ୍ନ ସମାଜସେବା ମୂଳକ କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସକ୍ରୀୟ ଭୂମିକା ବହନ କରିବା ଦିଗରେ ସମସ୍ତେ ମତପୋଷର କରିଥିଲେ ।

jay balangir
Leave A Reply

Your email address will not be published.

17 + 6 =

error: Content is protected !!