pakka

ବନ୍ଧୁକ ମୁନରେ ଲୁଟିଲେ ୬ ଲକ୍ଷ ଟଙ୍କା ଓ ୧୦ ଭରି ସୁନା ଅଳଙ୍କାର

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଡୁଙ୍ଗୁରିପାଲି ଗ୍ରାମର ବ୍ୟବସାୟୀ ଅଜିତ ସାହୁଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ୬ ଜଣ ମୁଖାପିନ୍ଧା ଡ଼କାୟତ ଦଳ ଆସି ମାରଣାସ୍ତ୍ର ଦେଖାଇବା ସହ ଗଣେଶ ସାହୁଙ୍କୁ ଆକ୍ରମଣ କରି ଡ଼କାୟତି କରିଥିବା ବେଳେ ଘରୁ ନଗଦ ୬ ଲକ୍ଷ ଟଙ୍କା ଓ ୧୦ ଭରି ସୁନା ଅଳଙ୍କାର ନେଇଥିବା ଶ୍ରୀ ସାହୁ ଏନେଇ ସଇଁନ୍ତଲା ଥାନାରେ ଅଭିଯୋଗ କରିବା ପରେ ଅଭିଯୋଗକୁ ଆଧାର କରି ସଇଁନ୍ତଲା ଥାନା ଅଧିକାରୀ ଅବନୀ ସାହୁ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରେ ଟିଟିଲାଗଡ଼ ଏସ୍‌ଡିପିଓ ସୁରେନ୍ଦ୍ର ନାଥ ଶତପଥୀଙ୍କ ସହ ବଲାଙ୍ଗିରର ସାଇଣ୍ଟିକଫିକ୍‌ ଟିମ୍‌ ପହଁଚି ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ଖୁବଶୀଘ୍ର ଅଭିଯୁକ୍ତମାନେ ଧରା ପଡିବେ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

3 − 1 =