csstore

ଅସହାୟଙ୍କ ଶବ ସତ୍କାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଳଷ୍ଟେସନରୁ ଉଦ୍ଧାର ହୋଇଥିବା ଅଚିହ୍ନା ଗୁରୁତର ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ଏହି ଯୁବକଙ୍କ କୌଣସି ପରିଚୟ ମିଳିନପାରିବ ଯୋଗୁଁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ବେଳେ ଜଣା ପଡିଥିଲା ଯେ ଯୁବକ ଜଣକ ବଲାଙ୍ଗିର ସହରର କଂସାରୀ ପଡ଼ା ନିବାସୀ ସନ୍ତୋଷ ଭୋଇ ବୋଲି । ପରେ ପରିବାର ଲୋକଙ୍କୁ ଜଣାଇବା ପରେ ତାଙ୍କ ଭାଇ ସରୋଜ ଭୋଇ ଆସି ଅନ୍ତେଷ୍ଠି କ୍ରିୟା ପାଇଁ ଅସମର୍ଥ ଥିବା ଦର୍ଶାଇ ଥିଲେ । ତେବେ ଖବର ପାଇ ଝିପି ଝିପି ବର୍ଷାରେ ଶବ ସତ୍କାର କରିବା ପାଇଁ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଆଗେଇ ଆସି ଜାଳେଣି କାଠ ପାଇଁ ଓ ଅନ୍ୟ ସାମଗ୍ରୀ ପାଇଁ ବିଶେଷ ସହାୟତା ପ୍ରଦାନ କରିଥିଲେ । ଅନ୍ତିମ ସଂସ୍କାରରେ ମୃତ ସନ୍ତୋଷଙ୍କ ଭାଇ ସରୋଜ ଭୋଇ ମୁଖାଗ୍ନି ଦେଇଥିବା ବେଳେ ଏଥିରେ ସଂଗଠନର ସନ୍ତୋଷ କୁମାର ପଟ୍ଟନାୟକ, ଗୋବିନ୍ଦ ଶତପଥୀ, ଲିଙ୍କନ ସେଠ, ହରି ସନ୍ୟାସୀ, ରମାକାନ୍ତ ସେଲମା, ଦେବାଶିଷ, ଗୋପାଳ, ଆଶୁତୋଷ, ଭୋଷଗର, ଗଣେଶ ମହାକୁଡ, ଅନିଲ କୁମାର, ଆଶିଷ କଲେଟ, ଆକାଶ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.