pakka

ସ୍ନାତକ ଯୋଗ୍ୟତାରେ ଅମଲାଙ୍କୁ ଦରମା ଦେବାକୁ ଦାବୀ

bbehera

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଓଡିଶା ଅମଲା ସଂଘ କନ୍ଧମାଳ ଶାଖାର ଏକ ବୈଠକ ଜିଲ୍ଲା ଶାଖା ସଭାପତି ଦେବେନ୍ଦ୍ର କୁମାର ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ କାର୍ୟ୍ୟାଳୟର ପ୍ରତିନିଧିମାନେ ଯୋଗ ଦେଇ ଦୀର୍ଘ ଦିନ ହେଲା ଦିଆଯାଇଥିବା ଦାବୀ ଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହି କାର୍ୟ୍ୟକ୍ରମରେ ରାଜ୍ୟରେ କାର୍ୟ୍ୟରତ ଜିଲ୍ଲାସ୍ତରୀୟ ଅମଲାଙ୍କ ପ୍ରବେଶିକା ଶିକ୍ଷା ଗତ ଯୋଗ୍ୟତା ସ୍ନାତକ ପ୍ରଚଳନ ଇତି ମଧ୍ୟରେ ୪ବର୍ଷ ବିତି ଯାଇଥିଲେ ମଧ୍ୟ ସରକାର ସ୍ନାତକ ହାରରେ ଦରମା ପ୍ରଦାନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଜିଲ୍ଲାସ୍ତରୀୟ ଅମଲାଙ୍କ ମନରେ ଘୋର ନିରସ୍ୟ ମନୋଭାବ ସୃଷ୍ଟି ହେଇଛି । ସ୍ନାତକ ଯୋଗ୍ୟତା ଥାଇ ରାଜ୍ୟରେ କାର୍ଯ୍ୟରତ ଅନ୍ୟ ବର୍ଗ କର୍ମଚାରୀମାନଙ୍କ ଦରମା ୯ହଜାର ୩ଶହ ଟଙ୍କା ଏବଂ ଗ୍ରେଡ ପେ ୪୨ଶହ ଟଙ୍କା (ଲେବୁଲ୯) ପ୍ରଦାନ କରୁଥିବା ବେଳେ ଜିଲ୍ଲାସ୍ତରୀୟ ଅମଲାଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ ଯୋଗୁଁ ରାଜ୍ୟର ସମସ୍ତ ଅମଲାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସରକାରଙ୍କ ସମସ୍ତ ଯୋଜନାକୁ ସଫଳ ରୂପାୟନ କରିବାରେ ଜିଲ୍ଲାସ୍ତରୀୟ ଅମଲାଙ୍କ ପ୍ରମୁଖ ଭୂମିକାକୁ ସରକାର ସ୍ବୀକାର କରିବାର ନଜିର ଇତି ମଧ୍ୟରେ ବହୁ ବାର ବିଧାୟକ, ସାଂସଦ ଓ ମନ୍ତ୍ରୀମାନେ ସଂଘର ଦାବୀକୁ ଯଥାର୍ଥ ବିବେଚନା କରି ସ୍ନାତକ ହାରରେ ଦରମା ପ୍ରଦାନ କରିବାରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଓଡିଶା ଅମଲା ସଂଘ କନ୍ଧମାଳ ଜିଲ୍ଲା ପକ୍ଷରୁ ଦାବୀ ହୋଇଛି । ଏହି ବୈଠକରେ ଜିଲ୍ଲା ସଭାପତି ଶ୍ରୀ ପାତ୍ରଙ୍କ ସମେତ କାର୍ୟ୍ୟକାରୀ ସଭାପତି ବିଶ୍ଵନାଥ ବାରିକ, ଅଶୋକ ପଟ୍ଟନାୟକ, ସୁରଜ ନାୟକ, କୈଳାଶ ଚନ୍ଦ୍ର ମିଶ୍ର ଅମ୍ବିକା ପ୍ରାସାଦ ପାତ୍ର ପ୍ରମୁଖ ଏଥିପ୍ରତି ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

4 × 4 =