pakka

ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚ ପକ୍ଷରୁ ବନ୍ଧୁମିଳନ

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ନିକଟସ୍ଥ ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚ ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଭିନ୍ନ ୱାର୍ଡରୁ ୮୦ କଳାକାର ଯୋଗ ଦେଇ ଅପେରା ସାଇ ସମ୍ରାଟ ପରିବେଷଣ ନିମନ୍ତେ ନିଷ୍ପତ୍ତି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଉମାକାନ୍ତ ବେହେରା ସଭାପତିତ୍ୱ କରିଥିଲେ । ୨୦୨୩ ନୂତନ ବର୍ଷରେ ଗଞ୍ଜାମ ସହରବସୀ ଜାନୁୟାରୀ ୨୪ରୁ ୨୮ ପର୍ଯ୍ୟନ୍ତ ଅପେରା ସାଇ ସମ୍ରାଟ ନାଟକ ପରିବେଷଣ କରିବ । ଯାତ୍ରା କେମିତି ଶୃଙ୍ଖଳିତ ଭାବେ ପରିଚାଳନା କରାଯିବ ସେଥିପାଇଁ ଏକ ପରିଚାଳନା କମିଟି ଗଠନ କରାଯାଇଥିଲା । ମୁଖ୍ୟ ପରିଚାଳକ ଭାବେ ଶିବରାମ ଜେନା, ସଭାପତି ସୁଧୀର କୁମାର ପାଢ଼ୀ, ଉପସଭାପତି ସିମାଞ୍ଚଳ ସାହୁ, ସମ୍ପାଦକ ରାକେଶ ରଞ୍ଜନ ଦାସ, ସହସମ୍ପାଦକ ନିରଞ୍ଜନ ପରିଡା, କୋଷାଧ୍ୟକ୍ଷ ପ୍ରଭାତ କୁମାର ସାହୁ ଓ କାର୍ତ୍ତିକ ତରାଇ ପ୍ରମୁଖଙ୍କୁ ସର୍ବସମ୍ମତିରେ ମନୋନୀତ ହୋଇଛନ୍ତି । ଉପଦେଷ୍ଟା ଭାବେ ଏନଏସି ଉପାଧ୍ୟକ୍ଷ ସୁରେନ୍ଦ୍ର ବାରିକି, ଉମା ବେହେରା, ନୀଳାଞ୍ଚଳ ବାରିକି, ନିର୍ଦ୍ଦେଶକ ତଥା ଓକିଲ ପଙ୍କଜ କୁମାର ବାରିକି ଏବଂ ଶଙ୍କର ସ୍ୱାଇଁ ରହିଛନ୍ତି । ୫ ଦିନ ଧରି ହେବାକୁ ଥିବା ଅପେରା ନିମନ୍ତେ ସ୍ଥାନ ନିରୂପଣ ପାଇଁ ଆଲୋଚନା ହୋଇଥିଲା ।

jay balangir
Leave A Reply

Your email address will not be published.

two × 5 =

error: Content is protected !!