pakka

ଛତ୍ରପୁର ସରସ୍ୱତୀ ଶିଶୁ ମନ୍ଦିର ଆନୁକୂଲ୍ୟରେ ସଂକୁଳସ୍ତରୀୟ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଷ୍ଟାଡିୟମ ପରିସରରେ ଛତ୍ରପୁର ସରସ୍ୱତୀ ଶିଶୁ ମନ୍ଦିର ଆନୁକୂଲ୍ୟରେ ସଂକୁଳସ୍ତରୀୟ ବାର୍ଷିକ କ୍ରୀଡ଼ା ସାମାରୋହ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ସଙ୍କୁଳସ୍ତରୀୟ ଅର୍ଥାତ ଗୋପାଳପୁର, ରମ୍ଭା, ଛତ୍ରପୁର, ଗଞ୍ଜାମ, ନରେନ୍ଦ୍ରପୁର ଓ ଭଞ୍ଜବିହାର ସଙ୍କୁଳସ୍ତରୀୟ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଛି । ଏହାକୁ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ପୌର ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ଏବଂ ସମ୍ମାନିତ ଅତିଥି ରୂପେ ଛତ୍ରପୁର ସହରର ଯୁବ ସମାଜସେବୀ କେ. ଚନ୍ଦ୍ରଶେଖର ରେଡ୍ଡୀ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ପୂର୍ବକ ଏହି ଆନୁଷ୍ଠାନିକ ସାମାରୋହରେ ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ କ୍ରୀଡାରେ ଛତ୍ରପୁର ସଙ୍କୁଳ ୬ଟି ବିଦ୍ୟାଳୟ ଯଥା ଛତ୍ରପୁର, ଗଞ୍ଜାମ, ରମ୍ଭା, ନରେନ୍ଦ୍ରପୁର, ଭଞ୍ଜବିହାର, ଗୋପାଳପୁରର ପ୍ରାୟ ୩୬୩ ଜଣ ଶିଶୁ ଭାଗ ନେଇଥିବା ବେଳେ ବିଭିନ୍ନ ବିଦ୍ୟାଳୟର ୨୨ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ କ୍ରୀଡା ଛତ୍ରପୁର ସଂକୁଳର ସଂକୁଳ ସଂଯୋଜକ ରବୀନ୍ଦ୍ର ନାଥ ଦାଶ ଏବଂ ସଙ୍କୁଳ ପ୍ରମୁଖ ଡ଼. ଜେ. କୁର୍ମା ରାଓଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଛତ୍ରପୁର ବିଦ୍ୟାଳୟର ସଭାପତି ଉପେନ୍ଦ୍ର ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଏହି କ୍ରୀଡାରେ ସ୍ଥାନୀୟ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ତଥା ବରିଷ୍ଠ ହାଇକୋର୍ଟ ଓକିଲ ପଦ୍ମଚରଣ ସାହୁ, ଉପସଭାପତି ଗୀତା ପାଢୀ, କୋଷାଧ୍ୟକ୍ଷ ଏ ରାବଣା ରାଓ, ଗଞ୍ଜାମର ପ୍ରଧାନାଚାର୍ଯ୍ୟ ଆଦିତ୍ୟ ମହାପାତ୍ର, ରମ୍ଭାର ପ୍ରଧାନାଚାର୍ଯ୍ୟ ଶ୍ରୀଧର ପ୍ରଧାନ, ନରେନ୍ଦ୍ରପୁରର ପ୍ରଧାନାଚାର୍ଯ୍ୟ ତ୍ରିନାଥ ନାୟକ, ଭଞ୍ଜବିହାର ପ୍ରଧାନାଚାର୍ଯ୍ୟ ସନ୍ତୋଷ କୁମାର ମିଶ୍ର, ଗୋପାଳପୁରର ପ୍ରଧାନାଚାର୍ଯ୍ୟ ଚଣ୍ଡି ପ୍ରସାଦ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ସମାରୋହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅମୂଲ୍ୟ କୁମାର ନାୟକ ଯୋଗଦେଇ ବିଜୟୀ କ୍ରୀଡାବିତ୍‌ମାନଙ୍କୁ ପୁରସ୍କାର ପ୍ରଦାନ କରି ଖେଳାଳିମାନଙ୍କ ମନୋବଳକୁ ବୃଦ୍ଧିି କରିଥିଲେ । ସଂକୁଳ ଶାରିରୀକ ଆଚାର୍ଯ୍ୟ ଚତୁର୍ଭୁଜ ତ୍ରିପାଠୀ ବୃତ୍ତ ପଠନ କରିଥିଲେ । ଶେଷରେ ବିଦ୍ୟାଳୟର ସମ୍ପାଦକ ପଦ୍ମଚରଣ ସାହୁ ଧନ୍ୟବାଦ ଅର୍ପଣ କରିବା ସହ କ୍ରୀଡ଼ାରେ ବିଜୟୀ ହେଇଥିବା ଶ୍ରେଷ୍ଠ ଖେଳାଳିମାନଙ୍କୁ କୃତଜ୍ଞତା ଜଣାଇଥିଲେ ।

Leave A Reply

Your email address will not be published.

nine + five =