pakka

ଚନ୍ଦନଭାଟୀ ହାଇସ୍କୁଲ ଭାବ୍ କୁଟୁମ୍‌ର ରୌପ୍ୟ ଜୟନ୍ତୀରେ ବନ୍ଧୁ ମିଳନ

kalikesh

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଆଜି ସ୍ଥାନୀୟ ଚନ୍ଦନଭାଟୀ ନଦୀ ମୁହାଣରେ ୧୯୯୬ ହାଇସ୍କୁଲ ବ୍ୟାଚ୍‌ର ରୌପ୍ୟ ଜୟନ୍ତୀରେ ବନ୍ଧୁ ମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳ ୧୦ଟା ସମୟରେ ପ୍ରଥମେ ସମସ୍ତ ବନ୍ଧୁ ଓ ବାନ୍ଧବୀମାନଙ୍କୁ ସ୍ଵାଗତ କରାଯାଇଥିଲା । ଏହି ବର୍ଷ କମିଟି ତା’ର ୨୫ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ସମାରୋହ ପାଳିତ କରିଥିଲା । ପରେ ପରେ ପରିଚୟ ପ୍ରଦାନ ପର୍ବ ହୋଇଥିଲା । ପ୍ରଥମ ଥର ପାଇଁ ପରିବାର ବନ୍ଧୁ ମିଳନ ହୋଇଥିବା ବେଳେ ସମସ୍ତଙ୍କ ଖୁସି ଦୁଇଗୁଣା ବଢି ଯାଇଥିଲା । ସମସ୍ତଙ୍କ ପୁରୁଣା ବନ୍ଧୁ ବାନ୍ଧବଙ୍କୁ ଆଖି ସାମ୍ନାରେ ଦେଖି ସମସ୍ତେ ଖୁସିରେ ବିଭୋର ହୋଇଯାଇଥିଲେ । ଆଗାମୀ ବର୍ଷ ମାନଙ୍କରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ କରିବାକୁ ସମସ୍ତେ କମିଟିକୁ ଅନୁରୋଧ କରି ପ୍ରଶଂସା କରିଥିଲେ । ପରେ ପରେ ସମସ୍ତ ମହିଳା ଏବଂ ଛୋଟ ଛୋଟ ପିଲାଙ୍କୁ ନେଇ ମ୍ୟୁଜିକ୍ ଚେୟାର ଖେଳ ହୋଇଥିଲା ଏବଂ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ରାଜେଶ ଦଣ୍ଡସେନା ପରିଚାଳନା କରିଥିଲେ ।

pp
Leave A Reply

Your email address will not be published.

one × 3 =