pakka

ରାଜ ବୋଡାସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ବ୍ଲକର କମିଟି ଗଠନ

kalikesh

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତର ଚାଷୀମାନଙ୍କୁ ନେଇ ଅରବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ବସିଥିଲା । ଏହି ସଭାରେ ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ଗଠନ କରିବା ସହିତ ଚାଷୀମାନଙ୍କ ସବୁ ପରିସ୍ଥିତିରେ ଏହି ସଂଗଠନ ଛିଡା ହୋଇ ଚାଷୀ ପାଇଁ ଲଢ଼େଇ କରିବ ବୋଲି ଅରବିନ୍ଦ ପଣ୍ଡା ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ବୈଠକରେ ସମସ୍ତଙ୍କ ମତାମତ ନେଇ ଏକ କମିଟି ଗଠନ କରାଯାଇଥିଲା । ଏହି କମିଟିରେ ଅରବିନ୍ଦ ପଣ୍ଡାଙ୍କୁ ସଭାପତି, ସରୋଜ ସାହୁ ଉପସଭାପତି, ରୋହିତ ସା ଉପସଭାପତି, ଗଜପତି ସାହୁ ସମ୍ପାଦକ, ହିମାଂଶୁ ମାଝୀ ସହସମ୍ପାଦକ, ଆନନ୍ଦ ଚନ୍ଦ୍ର ପଧାନ କୋଷାଧ୍ୟକ୍ଷ, ଆବାହକ ବିରେନ୍ଦ୍ର ପଧାନ, ଉପଆବାହକ ରଥି ସାହୁ, ଆଇଟି ସେଲରେ ଝସ କେତନ ପଧାନ, ସୁରେଶ ଜୁଆଡି, ବିରେନ ସାହୁ, ଉପଦେଷ୍ଟାରେ ପିତାମ୍ବର ସାହୁ, ରସାନନ୍ଦ ବରିହା, ରାଜ କିଶୋର ନାଗ, ରାଜେନ୍ଦ୍ର ବରିହା, ରାଜେନ୍ଦ୍ର ସାହୁ, ଛବିଲ ବରିହା, ପ୍ରଦୀପ ସାହୁଙ୍କୁ ସଭାରେ ଉପସ୍ଥିତ ସମସ୍ତ ସଭ୍ୟମାନଙ୍କ ମତାମତ ଓ ସମର୍ଥନ କ୍ରମେ କମିଟି ଗଠନ କରାଗଲା ଓ ଆଗାମୀ ଦିନରେ ଚାଷୀମାନଙ୍କ ପାଇଁ ଏହି ରାଜ ବୋଡା ସମ୍ବର କୃଷକ ସଙ୍ଗଠନ, ଗାଇସିଲେଟ ବ୍ଲକ ସବୁ କ୍ଷେତ୍ରରେ କାମ କରି ଚାଷୀମାନଙ୍କ ସମସ୍ତ ଅସୁବିଧାରେ ଲଢେଇ କରିବ ବୋଲି ନିଷ୍ପତ୍ତି ଗ୍ରହଣ କରାଗଲା ଓ ସବୁ ସମୟରେ ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ସହିତ ମିଶି କାର୍ୟ୍ୟ କରିବ ବୋଲି ବିଚାର କରାଗଲା । ଶେଷରେ ସଭାର ସଭାପତି ଅରବିନ୍ଦ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଦେଇଥିଲେ ।

pp
Leave A Reply

Your email address will not be published.

seven + twenty =