pakka

ହୀରା ସିମେଣ୍ଟ ଶ୍ରମିକ ସଂଘର ସାଧାରଣ ପରିଷଦ ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସିମେଣ୍ଟ ନଗରଠାରେ ହୀରା ସିମେଣ୍ଟ ଶ୍ରମିକ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ମହେନ୍ଦ୍ର କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରଗଡ଼ ସିମେଣ୍ଟ କାରଖାନାର ନିର୍ଦ୍ଦେଶକ ଅଙ୍କୁର ଅଗ୍ରୱାଲ, ମହାପ୍ରବନ୍ଧକ ଖଣି ପ୍ରଦୀପ ସାହୁ, ଏଚ୍‌ଆର୍‌ ଦୀନେଶ ପାଠକ, ସଂଘର ଉପଦେଷ୍ଟା ସମ୍ବିତ ଆଚାର୍ଯ୍ୟ ଅତିଥି ଭାବେ ଭର୍ଚୁଆଲ ମୋଡ଼ରେ ଯୋଗଦେଇଥିଲେ । ଏଥିରେ ନିକଟରେ କାରଖାନାରୁ ଅବସର ଗ୍ରହଣ କରିଥିବା କର୍ମଚାରୀମାନଙ୍କୁ ରମେଶ ପ୍ରହରାଜ, ସୁବାଷ ପ୍ରଧାନ, ଅଜିତ ପାତ୍ର, ହରି ନାରାୟଣ ସୁନା, ନିରଞ୍ଜନ ସାମଲ, କିଶୋର ଚନ୍ଦ୍ରଙ୍କୁ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ପିକେ ରାଏ, ବିଦ୍ୟାଧର ବିଶ୍ବାଳ, ମାନସ ପ୍ରଧାନ, ଚିତ୍ରସେନ ମହାନ୍ତି, ବିମ୍ବାଧର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସଂଘର ସମ୍ପାଦକ ମହେଶ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

eighteen − nine =